ବାଲିଅନ୍ତାର ଭୁବନପୁର ଗ୍ରାମରେ ନେତାଜୀ ଜୟନ୍ତୀ ପାଳିନ

ବାଲିଅନ୍ତା( ବସୁନ୍ଧରା) ବାଲିଅନ୍ତା ପଂଚାୟତ ଅଧିନ ଭୁବନପୁର ଗ୍ରାମରେ ନେତାଜୀ କ୍ଲବର ୪୨ ତମ ପ୍ରତିଷ୍ଠା ଦିବସ ନେତାଜୀଙ୍କ ଜୟନ୍ତୀରେ ପାଳିତ ହୋଇଯାଇଛି । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀରେ ତାଙ୍କ ପ୍ରତିମୂତ୍ତିରେ ପୁଷ୍ପମାଳ ଅର୍ପଣ ହୋଇଥିଲା । ଏହାସହ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ପରିଷଦ ସଭ୍ୟ ଅରୁନ୍ଧତି ସାହୁ, ସଭାପତି ରାଜେସ କୁମାର ସାହୁ ମତବ୍ୟକ୍ତ କରିଥିଲେ ଯେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଦେଶପ୍ରେମ ବିରତ୍ୱ ଅତୁଳନୀୟ । ତାଙ୍କର ଆହ୍ୱାନ ‘ ତୁମେ ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧିନତା ଦେବି । ପ୍ରତ୍ୟକ ଦେଶପ୍ରେମୀଙ୍କୁ ଆଜି ବି ଅନୁପ୍ରାଣିତ କରେ । ତାଙ୍କ ମୃତ୍ୟୁ ସମ୍ବନ୍ଧରେ ବହୁ ତଥ୍ୟ ଆଜି ବି ଲୋକଲୋଚନକୁ ଆସିପାରି ନାହିଁ ବୋଲି କହିଥିଲେ । କ୍ଲବର ଫିରୋଜ କୁମାର ସାହୁ କାର୍ଯ୍ୟକ୍ରମକୁ ପାରିଚାଳନା କରିଥିବା ବେଳେ ଶେଷରେ ରାକେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.