ପହଞ୍ଚିଲା ପ୍ରାୟ ଦେଢଲକ୍ଷ ଟିକା

ଭୁବନେଶ୍ୱର(ବସୁନ୍ଧରା) ସାରା ଦେଶରେ କରୋନା ଟିକାକରଣର ପ୍ରଥମ ପର୍ଯ୍ୟାୟ ଚାଲିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରେ ପ୍ରାୟ ଦେଢ ଲକ୍ଷ କରୋନା ଟିକା ପହଞ୍ଚିଛି । ୧ ଲକ୍ଷ ୪୯ ହଜାର ୭୬୦ଟି କୋଭାକ୍ସିନ ଟିକା ପହଞ୍ଚିଛି । ପହଞ୍ଚିଥିବା ଟିକା କେବଳ ଭୁବନେଶ୍ୱର ପାଇଁ ଉଦ୍ଦିଷ୍ଟ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହା ସହ ଆଜି ହିଁ କୋଭିସିଲ୍ଡ ଟିକା ରିଜିନାଲ ଭ୍ୟାକ୍ସିନ ଷ୍ଟୋରକୁ ପଠାଯିବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି ।

Leave A Reply

Your email address will not be published.