ଆଇପିଏଲରେ ଚମକିବେ ୬ ଓଡ଼ିଆ ଖେଳାଳି

ଭୁବନେଶ୍ୱର(ବସୁନ୍ଧରା) ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଏଣିକି ଓଡ଼ିଆ ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିବ । ଆଇପିଏଲ ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାମ ସୁପାରିଶ କରାଯାଇଛି । ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିକଟରେ ୬ ଖେଳାଳିଙ୍କ ନାମ ସୁପାରିଶ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ରାଜେଶ ଧୁପର, ପପୁ ରାୟ, ଶୁଭ୍ରାଂଶୁ ସେନାପତି, ରାଜେଶ ମହାନ୍ତି, ଗୌରବ ଚୌଧୁରୀ ଓ ତାରିଣୀ ସ ପ୍ରମୁଖ ଖେଳାଳିଙ୍କ ନାମ ସୁପାରିଶ କରାଯାଇଛି । ଚଳିତ ସିଜିନରେ ଏହି ଖେଳାଳିଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ରହିଛି । ଫେବୃଆରୀ ମାସ ପ୍ରଥମ ସପ୍ତାହରେ ଆଇପିଏଲର ବିଡିଂ ଆରମ୍ଭ ହେବ । ଓଡ଼ିଆ ଖେଳାଳି ଆଇପିଏଲରେ ସ୍ଥାନ ପାଇବା ନେଇ ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁବ୍ରତ ବେହେରା ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

twenty + eight =