କୋରୋନା ଟିକା ନେବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ(ବସୁନ୍ଧରା) କୋରୋନା ଟିକାକରଣକୁ ନେଇ ଆସିଛି ବଡ଼ ଖବର । ଦ୍ୱିତୀୟ ପର୍ଯ୍ୟାୟ କୋରୋନା ଟିକା ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ନେବେ କୋରୋନା ଟିକା । ୫୦ ବର୍ଷରୁ ଅଧିବ ବୟସର ମନ୍ତ୍ରୀ, ନେତାଙ୍କୁ ଟିକା ଦିଆଯିବ ।

ତେବେ ଜାନୁଆରୀ ୧୬ ତାରିଖରୁ ସାରା ଦେଶରେ ଟିକାକରଣ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମାଗଣାରେ ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଏହି ସର୍ବବୃହତ୍ ଟିକାକରଣ ଅଭିଯାନର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ମାଗଣାରେ ଟିକା ଯୋଗାଇ ଦେବେ କେନ୍ଦ୍ର ସରକାର। ଦ୍ୱିତୀୟ ପର୍ଯ୍ୟାୟରେ ସୁରକ୍ଷାବାହିନୀ, ପୋଲିସ କର୍ମଚାରୀ ଏବଂ ରେସ୍କ୍ୟୁ ଅପରେସନରେ ମୁତୟନ ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ କରାଯିବ।

Leave A Reply

Your email address will not be published.