ଭବାନୀପାଟଣାରେ ଥୁଆପଦର ଗ୍ରାମପଞ୍ଚାୟତ ଓ ସଦର ଥାନାର ମିଳିତ ସହଯୋଗରେ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ।

କଳାହାଣ୍ଡି,ଭବାନୀପାଟଣା,(ବସୁନ୍ଧରା): ଆଜି କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଥୁଆପଦର ଗ୍ରାମପଞ୍ଚାୟତ ର ତେନ୍ତୁଳିଖୁଣ୍ଟି ଛକ NH-୨୬ ରେ ଥୁଆପଦର ଗ୍ରାମପଞ୍ଚାୟତ ଓ ସଦର ଥାନା ର ମିଳିତ ସହଯୋଗ ରେ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଥୁଆପଦର ସରପଞ୍ଚ ଶ୍ରୀ ଚୁଡାମଣି ନାଏକ ସଦର ଆଇ ଆଇ ସି ଶ୍ରୀଯୁକ୍ତ ପ୍ରଦୀପ କୁମାର ଧାରୁଆ ଅତିଥି ଭାବରେ ଯୋଗଦେଇଥିବାବେଳେ ପୂର୍ବତନ ଛାତ୍ରସଂସଦ ସହ-ସଂପାଦକ ଅରବିନ୍ଦ ସାହୁ Grs ଭୁବନେଶ୍ୱର ନାଏକ ସମାଜସେବୀ ଭୁତାସନ ମାଝୀ ସମାଜସେବୀ ଜିତେନ୍ଦ୍ର ଗଉଡ଼ ମହିଳା ସ୍ୱୟଂସହାୟକ ଗୋଷ୍ଟି ର ପଦ୍ମିନୀ ନାଏକ ଲୟବତୀ ନାଏକ ରାଇବରୀ ନାୟକ NCC ମାନସ ବାଗ କ୍ଷୀତେଶ ନାଏକ ଓ ଅଞ୍ଚଳ ର ଅନେକ ଲୋକ କାର୍ଯ୍ୟକ୍ରମ ରେ ସାମିଲ ହୋଇ ସଡକ ନିୟମ ମାନିବାକୁ ସଚେତନ କରିଥିଲେ ।

ଏହି ସଚେତନତା କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ଯୋଗଦେଇ ଚକଲେଟ ଓ ଗୋଲାପ ଫୁଲ ଦେଇ ଗାଡି ଚାଳକ ଙ୍କୁ ଉତ୍ସାହିତ କରିଥିଲେ ।
କଳାହାଣ୍ଡି ରୁ ରଞ୍ଜନ କୁମାର ସାହୁ ଙ୍କ ରିପୋର୍ଟ ।

Leave A Reply

Your email address will not be published.