ଭୁବନେଶ୍ୱର,(ବସୁନ୍ଧରା):ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା । ଏହି ଆଦିବାସୀ ମେଳା ୨୬ ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୯ ତାରିଖ ଯାଏଁ ଚାଲିବ । ୟୁନିଟ୍-୧ ସ୍ଥିତ ପ୍ରଦର୍ଶନୀ ପଡିଆରେ ଏହି ମେଳା ହେବ । ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ଟା ଯାଏଁ ଏହି ମେଳା ଚାଲିବ । କୋଭିଡ କଟକଣା ମାନି ମେଳା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଦିବାସୀ ମେଳାକୁ ଯିବା ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ବ୍ୟବସ୍ଥା ହୋଇଛି । ୨୩ ଜାନୁଆରୀରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହେବ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post