ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସଫେଇ ସହ ମହାମାରୀ କରୋନା ବିଷୟରେ ସଚେତନ କାର୍ଯ୍ୟକ୍ରମ।

କଳାହାଣ୍ଡି,କଲମପୁର,(ବସୁନ୍ଧରା): କଳାହାଣ୍ଡି ଜିଲ୍ଲା ନେହେରୁ ଯୁବକେନ୍ଦ୍ର ସଂଗଠନ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ତରଫରୁ ବାବୁକେନ୍ଦୁଗୁଡ଼ା ଜ୍ୟୋତିଫୁଲେ ଯୁବ କ୍ଲବ୍ ର ମିଳିତ ସହଯୋଗରେ କଲମପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ସଫେଇ କାର୍ଯ୍ୟକ୍ରମ ଓ କରୋନା ସଚେତନ ବିଷୟରେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ସମସ୍ତ ରୋଗୀ ସମେତ ଉପସ୍ଥିତ ସମସ୍ତ ଜନସାଧାରଣଙ୍କ ସଠିକ୍ ଭାବରେ ବୁଝାଇ ସଚେତନ କରାଇଥିଲେ । ଆମ ପରିବେଶ କୁ କିଭଳି ସ୍ୱଚ୍ଛ ରଖି ରୋଗମୁକ୍ତ ରହିବା ଏବଂ ବିଶ୍ବବ୍ୟାପୀ ମହାମାରୀ କରୋନ ରୋଗରୁ ମୁକ୍ତ ରହିବା ତାହା ସମସ୍ତଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର ଓ କାର୍ଯ୍ୟକାରୀ ନୀରିକ୍ଷକ ଶ୍ରୀ ଦୂତୀଆ ବଞ୍ଛୋର ଙ୍କ ତତ୍ତ୍ୱାବଧାନରେ ରେ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମ ରେ ଡ଼ଃ.ଶିବାଶିଷ ସ୍ୱାଇଁ,ଡ଼ଃ.ସମ୍ବିତ କୁମାର ମହାନ୍ତି,ଡ଼ଃ.ମୃତ୍ୟୁଞ୍ଜୟ ମହାନ୍ତି,ଡ଼ଃ.ଅମିୟ ରଞ୍ଜନ ଜଗଦଳା,ଡ଼ଃ.ଅମୂଲ୍ୟ ବେହେରା ଓ ନୀଳକଣ୍ଠ ସାହୁ,ଦୀପକ କୁମାର ବେହେରା,ସୌରି ବାଗ ସମସ୍ତେ କଲମପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଉପସ୍ଥିତ ଥିଲେ, ଜ୍ୟୋତିଫୁଲେ କ୍ଳବ୍ ତରଫରୁ ସଭାପତି ଶ୍ରୀ ନବକିଶୋର ନାଗ,ସମ୍ପାଦକ ଶ୍ରୀ ତରୁଣ ନାଏକ ଓ କ୍ଳବ୍ ର ସଭ୍ୟ ଭାରତ ନାଗ,ପ୍ରମୋଦ ବେମାଲ,ଦେବାଶିଷ ନାଗ, ଟିକେରାମ ବାଗ,ଦିଲ୍ଲୀପ ନାଏକ,ଗୋକୁଳ ନାଗ,ମହେନ୍ଦ୍ର ନାଗ,ପ୍ରଦୀପ ନାଏକ ସହଯୋଗ କରିଥିଲେ, ଜାତୀୟତା ସ୍ଵେଚ୍ଛା ସେବୀ ହୀମାନୀ ନାଏକ, ମୁକେଶ ବାରିକ,ଧରିତ୍ରୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
କଲମପୁରରୁ ରଞ୍ଜନ କୁମାର ସାହୁ ଙ୍କ ରିପୋର୍ଟ

Leave A Reply

Your email address will not be published.