କବି ଆଶିଷ କୁମାର ସ୍ବାଇଁଙ୍କୁ ନୀଳଚକ୍ର ବାନା ସାରସ୍ୱତ ସମ୍ମାନ।

ପୁରୀ,(ବସୁନ୍ଧରା):ପୁରୀ ନୀଳଚକ୍ର ବାନା ଅନୁଷ୍ଠାନ ପକ୍ଷରୁ ୟୁଥ ହଷ୍ଟେଲ , ପୁରୀ ପରିସର ମଧ୍ୟରେ ନୀଳଚକ୍ର ବାନା ଶୁଭ ଲୋକାର୍ପଣ ଉତ୍ସବ , ପ୍ରତିଭା ପୂଜନ କାର୍ଯ୍ୟକ୍ରମ ସହ କବିତା ଆସର ଓ ରାଜ୍ୟ ସ୍ତରୀୟ କବି ଲେଖକ ସମ୍ମେଳନ ୨୦୨୧ ଅନୁଷ୍ଠିତ ହୋଇଯାଇଛି ।

ବ୍ରହ୍ମଗିରି ଅଞ୍ଚଳର ଉଦିୟମାନ ଯୁବ ପ୍ରତିଭା ଶ୍ରୀମାନ ଆଶିଷ କୁମାର ସ୍ବାଇଁଙ୍କୁ କବିତା , ଗଳ୍ପ , ସ୍ତମ୍ଭ , ଉପସ୍ଥାପକ ଓ ସମାଜସେବା ପାଇଁ ” ନୀଳଚକ୍ର ବାନା ସାରସ୍ୱତ ସମ୍ମାନ ୨୦୨୧ ” ରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଛନ୍ତି । ଉକ୍ତ ଉତ୍ସବରେ ଉଦ୍ଘାଟକ ଶ୍ରୀଯୁକ୍ତ ହରିହର ମିଶ୍ର ( ଓଡିଶା ସାହିତ୍ୟ ଏକାଡେମୀ ସଭାପତି ) , ମୁଖ୍ୟଅତିଥି ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ ( ପୁରୀ ବିଧାୟକ ) , ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଫୁଲ କୁମାର ମହାନ୍ତି ( କୁଳପତି ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ ) ଓ ଶକୁନ୍ତଳା ବଳିଆର ସିଂ ( ସମ୍ପାଦିକା ଓଡିଶା ଲେଖିକା ସଂସଦ ) , ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡା ପ୍ରମୁଖ ଯୋଗ ଦେଇଥିଲେ । ନୀଳଚକ୍ର ବାନା ପତ୍ରିକାର ପ୍ରକାଶକ ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ନନ୍ଦ ଓ ସମ୍ପାଦିକା ପୌର୍ଣ୍ଣମାସୀ ଦେବୀ କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥଲେ ।

Leave A Reply

Your email address will not be published.