ସୁରୁଖୁରୁରେ ସମାପନ ହେଲା ଆଦିବାସୀ ପର୍ବ ଟୋକି ପର୍ବ।

କଳାହାଣ୍ଡି,କଲମପୁର,(ବସୁନ୍ଧରା) ଆଦିବାସୀ ପର୍ବ ତଥା ମାଟି ମାଁ ଙ୍କ ପୂଜା ଟୋକି ପର୍ବ ସୁରୁଖୁରୁରେ ସମାପନ ହୋଇସାରିଛି କଲମପୁର ବ୍ଲକ ବାବୁକେନ୍ଦୁ ଗୁଡ଼ା ଗ୍ରାମରେ । ଆଦିବାସୀ ସଂପ୍ରଦାୟ ର ମହାନ୍ ପର୍ବ ଟୋକି ପର୍ବ, ଏହି ପର୍ବ ପୌଷ ମାସରେ ପାଳିତ ହୋଇଥାଏ । ମାଟି ମାଆ କୁ ସନ୍ତୁଷ୍ଟ କରି ଭଲ ଚାଷ , ସୁସ୍ଥ, ଏବଂ ସୁଖଶାନ୍ତି ରେ ଜୀବନ ଯାପନ କରିବା ପାଇଁ ଆଦିମ କାଳରୁ ଆଦିବାସୀମାନେ ଟୋକି ପର୍ବ ପାଳନ କରି ଆସୁଛନ୍ତି । ପଶ୍ଚିମ ଓଡିଶାରେ ବସବାସ କରୁଥିବା ଆଦିବାସୀ ମାନେ ନିଜ ଭୂମି ପୂଜନ କରି ଏହି ପର୍ବ ପାଳନ କରିଥାନ୍ତି । ମାଟି କୁ ମାଆ ଓ ସୂର୍ଯ୍ୟ ଙ୍କୁ ପିତା ମାନି ପୂଜା କରିଥାନ୍ତି ଆଦିବାସୀ ସମ୍ପ୍ରଦାୟ ।

କଳାହାଣ୍ଡିକଲମପୁର,କୋକସରା,ଥୁ.ରାମପୁର,ଜୟପାଟଣା,ଜୁନାଗଡ଼,ଗୋଲାମୁଣ୍ଡା,ଲାଞ୍ଜିଗଡ଼,ଆଦି ବ୍ଲକର ଆଦିବାସୀ ଲୋକେ ବିଭିନ୍ନ ଗ୍ରାମରେ ଟୋକି ପର୍ବ ପାଳନ କରାଯାଏ। ପୂର୍ବକାଳରେ ଆଦିବାସୀ ମାନେ କୁଆଁରୀ କନ୍ୟା ( ଟୋକି) କୁ ଏହି ପର୍ବ ଦିନ ବଳି ଦେଉଥିଲେ , ତେଣୁ ଏହି ପର୍ବ କୁ ଟୋକି ପର୍ବ କୁହାଯାଏ ।

ବର୍ତ୍ତମାନ ପରିବର୍ତ୍ତନ ଓ ଶିକ୍ଷିତ ଯୁଗରେ ମଣିଷ ବଳିକୁ କୃର ଓ ଅନାବଶ୍ୟକ ମନେ କରି ଟୋକି ବଳି ପରିବର୍ତ୍ତେ ଟୋକି ର ପ୍ରତୀକ ଭାବେ ଏକ ଅଣ୍ଡିରା ମେଣ୍ଢା କୁ ବଳି ଦିଆଯାଇଥାଏ । ବଳି ପର୍ବ ର ପରବର୍ତ୍ତୀ ଦିନ ଧଙ୍ଗିରିଦୁଲା ପାଳିତ ହୁଏ, ଏହି ଦିନ ସମସ୍ତେ ମଜା – ମଜଳିସ୍ କରନ୍ତି ।
କଲମପୁରରୁ ରଞ୍ଜନ କୁମାର ସାହୁଙ୍କ ରିପୋର୍ଟ

Leave A Reply

Your email address will not be published.