ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ କୁସୁପଙ୍ଗା,କୁରୁଣ୍ଟି, କମଳାଙ୍ଗ,ଖଡକା ନଦୀ କୂଳବର୍ତ୍ତି ଅଞ୍ଚଳ ସଫେଇ।

ଢେଙ୍କାନାଳ,(ବସୁନ୍ଧରା): ଆଜି “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ଯୁବଶକ୍ତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକର ମଙ୍ଗଳପୁର, କୁସୁପଙ୍ଗା,କୁରୁଣ୍ଟି, କମଳାଙ୍ଗ,ଖଡକା ନଦୀ କୂଳବର୍ତ୍ତି ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ବଡ଼ ଦୁଃଖର ବିଷୟ ଏହିକି ଯେ ଆମେ ୨୦ ବର୍ଷ ତଳେ ବ୍ରାହ୍ମଣୀ ନଦୀରୁ ଯେଉଁ ସୁଦ୍ଧ ପାନୀୟ ଜଳ ପିଉଥିଲେ, ଏବେ ତାହା ପିଇବା କିମ୍ବା ଗାଧୋଇ ପାଇଁ ସମ୍ଭବପର ହେଉ ନାହିଁ, ଏହାର ମୁଖ୍ୟ କାରଣ ହେଲା ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ଗଢି ଉଠିଥିବା ସମସ୍ତ ଶିଳ୍ପ କଳ କାରଖାନା, ସମସ୍ତ କମ୍ପାନୀ ମାନେ ବ୍ରାହ୍ମଣୀ ନଦୀରୁ ଶିଳ୍ପାୟନ ପାଇଁ ବିଶୁଦ୍ଧ ପାଣି ନେଇ କମ୍ପାନୀର ଦୂଷିତ ପାଣି କୁ ନାଳ ନର୍ଦମା ଡ୍ରେନ ଦ୍ୱାରା ବ୍ରାହ୍ମଣୀ ନଦୀ ଗର୍ଭରେ ଛଡ଼ାଯାଉଅଛି ଯାହା ଫଳରେ ଗ୍ରାମାଞ୍ଚଳର ସର୍ବ ସାଧାରଣ ଲୋକମାନେ ଏହି ଦୂଷିତ ପାଣି ବ୍ୟବହାର କରି ନାନା ପ୍ରକାର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଅଛନ୍ତି।

ଏଣୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ମୋର ନିବେଦନ ଯେଉଁ କମ୍ପାନୀ ମାନେ ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ କୁ ଅବମାନନା କରି ବେଆଇନ ଭାବେ ନଦୀରେ ଦୂଷିତ ପାଣି ଛାଡୁଅଛନ୍ତି ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉ, ଆଜିର ଏହି କାର୍ଯ୍ୟକ୍ରମ ରେ ଯୁବଶକ୍ତି ର ବିକ୍ରମାଦିତ୍ୟ ନାୟକ, ବରୁଣ କୁମାର ନାୟକ, ସୁବ୍ରତ ମହାନ୍ତି, ନିରାକାର ସାମଲ, ରାଜୀବ ରାଉତ, ଉଦୟ ମହାନ୍ତି, ଅଶୋକ ନାୟକ ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.