ରାହାଣିଆରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆଇନ ମନ୍ତ୍ରୀଙ୍କ କୁଷପୁତଳିକା ଦାହ।

କଟକ,(ବସୁନ୍ଧରା): ନୃର୍ତ୍ତାଙ୍ଗ ଡ଼ବଲ ମର୍ଡ଼ର ଘଟଣାକୁ ନେଇ ମାହାଙ୍ଗାରେ ତାତି । କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ରଣହୁଙ୍କାର ।ଏହାସହ ମାହାଙ୍ଗା ଡବଲ ମର୍ଡରକୁ ନେଇ ବର୍ଷିଲା ରାହାଣିଆ ବରିଷ୍ଠ ନାଗରିକ ମଞ୍ଚ । ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଓ ଗିରଫ ଦାବିରେ କମ୍ପିଲା ପୁରା ମାହାଙ୍ଗା । ଦାବି ସହ ମନ୍ତ୍ରୀଙ୍କ କୁଷପୁତଳିକା ମଧ୍ୟ ଦାହ କରାଯାଇଛି । ମର୍ଡ଼ରକୁ ଏତେ ଦିନ ବିତିଗଲାଣି । ତଥାପି ମନ୍ତ୍ରୀଙ୍କ ଲାଗି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି । ହତ୍ୟାକାଣ୍ଡରେ ମନ୍ତ୍ରୀ ସାମିଲ ଥିବା ଅଭିଯୋଗ ଥିଲେ ମଧ୍ୟ ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ହୋଇନି ।

ଏହି ଆନ୍ଦୋଳନରେ ନିରଞ୍ଜନ ସାମଲ ,ନିରଞ୍ଜନ ବେହୁରା, ଲୋକନାଥ ମଲ୍ଲୀକ, ଗଗନ ସାମଲ, ନବକିଶ୍ବର ବେହୁରା , ସତୃଘନ ବେହୁରା ଓ ଶତାଧିକ କର୍ମୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ ।

Leave A Reply

Your email address will not be published.