ଫିଡବ୍ୟାକ୍ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଓଡ଼ିଶାରେ ଆଜି ଦିନ ୧୧ଟା ୫ରେ କରୋନା ଟିକାକରଣ ଆରମ୍ଭ ହୋଇଛି । ଆଜି ଦିନ ୧୧ଟା ୫ରେ କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମେ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଟିକା ନେଇଛନ୍ତି । ଦ୍ୱିତୀୟରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଧେଶକ ଟିକା ନେଇଛନ୍ତି ।

ତେବେ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିଡବ୍ୟାକ ନେଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ନବୀନ ବିଭିନ୍ନ ହସ୍ପିଟାଲରୁ ଫିଡବ୍ୟାକ ନେଇଛନ୍ତି । ଏହି ଅବସରରେ ନବୀନ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଟିକା ନେଇଥିବା ସଫେଇ କର୍ମଚାରୀଙ୍କ ସହ କଥା ହୋଇଛନ୍ତି । ଏହାଛଡ଼ା ବ୍ରହ୍ମପୁର ସିଟି ହସ୍ପିଟାଲରେ ପ୍ରଥମ ଟିକା ନେଇଥିବା ଡାକ୍ତର ଅନୁଭୂତି କହିଥିଲେ ।

ଫିଡବ୍ୟାକ ନେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ଗତ ୧୦ ମାସ ହେଲା ଆମ କୋଭିଡ ଯୋଦ୍ଧାମାନେ ସଂଗ୍ରାମ କରୁଛନ୍ତି । ଆପଣମାନଙ୍କ ତ୍ୟାଗ ଆମେ କେବେ ଭୁଲିପାରିବୁ ନାହିଁ ବୋଲି ନବୀନ କହିଛନ୍ତି । ଏହାଛଡ଼ା ମୁଖ୍ୟମନ୍ତ୍ରୀ ଟିକାକରଣ ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗ ଲୋଡ଼ିଛନ୍ତି ।

Leave A Reply

Your email address will not be published.