ରାସ୍ତା ଓ ଡ୍ରେନ କାମରେ ଅନିୟମିତତାକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଟିଙ୍କ ବିରୋଧ।

କଳାହାଣ୍ଡି,(ବସୁନ୍ଧରା): ଭବାନିପାଟଣା ବ୍ଲକ କର୍ଲାପଡ଼ା ଗ୍ରାମପଞ୍ଚାୟତ ର ହଲଦିଗଡ ଗ୍ରାମରେ କିଛି ମାସ ତଳୁ ଭବାନୀପାଟଣା ମାନ୍ୟବର ବିଧାୟକ ଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ରୁ ୧୫ ଲକ୍ଷ ଟଙ୍କାର ୩ଟି କଂକ୍ରିଟ ରାସ୍ତା ଓ ଡ୍ରେନ କାର୍ଯ୍ୟ ଆରମ୍ଭ ହୋଇଥିଲା , କିନ୍ତୁ ଆଜି ପର୍ଯ୍ୟନ୍ତ ସମୁଦାୟ କାର୍ଯ୍ୟ ସମାପ୍ତ ନହେଉନୁ ସମ୍ପୂର୍ଣ୍ଣ ବିଲ୍ ହେବାକୁ ସରକାରୀ କାଗଜପତ୍ର ପ୍ରସ୍ତୁତ ହୋଇସାରିଥିଲା ।

ରାସ୍ତା ନିର୍ମାଣ ବୋଡ ରେ ଉଲ୍ଲେଖ ଅଛି କଂକ୍ରିଟ ରାସ୍ତା ଓ ଡ୍ରେନ ହେଲେ ଦେଖିବାକୁ ମିଳୁଛି କେବଳ ରାସ୍ତା , ନା ଅଛି ଡ୍ରେନ ନା ଅଛି ଡ୍ରେନ ର ନକ୍ସା । ଏହି କାମରେ ଅସନ୍ତୋଷ ହୋଇ ହଳଦିଗଡ ଗ୍ରାମ୍ୟ ବିକାଶ ସ୍ଵୟଂ ସହାୟକ ମହିଳା ଦଳ ର ସମସ୍ତ ସଭ୍ୟା ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଥିଲେ । ଏହି ଅଭାବନୀୟ କାମ ପଛରେ ତଦାରଖ କରୁଥିବା ଯନ୍ତ୍ରୀ ସମେତ ଭବାନୀପାଟଣା ଜୋନ ନଂ ୨ ର ପୂର୍ବତନ ଜିଲ୍ଲା ପରିଷଦ ତଥା ବର୍ତ୍ତମାନ ଜିଲ୍ଲା ବିଜେପି ସମ୍ପାଦକ ଅଞ୍ଚଳର ବରିଷ୍ଠ ବିଜେପି ନେତା ଶ୍ରୀ ଯୁଗଳ କିଶୋର ପୋଡ଼ ଦାୟୀ ଙ୍କୁ ସାଧାରଣରେ ତୀବ୍ର ନିନ୍ଦା କରିଛନ୍ତି । ପ୍ରତିବାଦ ପରେ ଉପରିସ୍ଥ ଅଧିକାରୀ ଏହି କାମ ସଂପୂର୍ଣ୍ଣ ହେବାପରେ ବିଲ୍ କରାଯିବ ଏବଂ ପରବର୍ତ୍ତୀ ସମୟରେ ଏଭଳି ଅନିୟମିତ କାମ ନହେବ ବୋଲି ମହିଳା ଦଳକୁ କହି ସମସ୍ୟା ର ସମାଧାନ କରିଥିଲେ ।

ନିଜ ନିର୍ବାଚନ ମଣ୍ଡଳୀରେ ଅନେକ ହନ୍ତସନ୍ତ ହେଉଥିବା ଗାଁ ଥାଇ ମଧ୍ୟ ଏହି ଗ୍ରାମରେ ମୋଟ ୧୫ ଲକ୍ଷ୍ୟ ଟଙ୍କାର କାମ ଯୋଗେଇ ଦେବାକୁ ନେଇ ଅନ୍ୟ ପକ୍ଷରେ ଅସନ୍ତୋଷ ପ୍ରକାଶ ପାଉଛି। ଏହା ପ୍ରଶାସନ ଓ ବିଜେପି ଦଳ ଙ୍କ ହରିଲୁଟ କୁଟଚକ୍ରାନ୍ତ ନୁହେଁ ତ ବୋଲି ଜନସାଧାରଣରେ ଆଲୋଚନା ର ବିଷୟ ପାଲଟିଛି । ସ୍ଵୟଂ ସହାୟକ ମହିଳା ଦଳର ଏଭଳୀ ପଦକ୍ଷେପକୁ ଅଞ୍ଚଳ ବାସି ଧନ୍ୟବାଦ ଦେଇ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.