ଟିକା ନେବା ପରେ କାହାର ପ୍ରାଶ୍ୱ ପ୍ରତିକ୍ରିୟା ନାହିଁ ।

ଭୁବନେଶ୍ୱର () ରାଜ୍ୟର୧୬୧ଟି କେନ୍ଦ୍ରରେ ଟିକାକରଣର ଆଜି ଶୁଭାରମ୍ଭ ହୋଇଛି । ଟିକାକରଣ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ‘ଯେଉଁମାନେ ଟିକା ନେଇଛନ୍ତି ସମସ୍ତେ ଭଲ ଅଛନ୍ତି । ଟିକା ନେବା ପରେ କାହାର ପାଶ୍ୱର୍ ପ୍ରତିକ୍ରିୟା ନାହିଁ । ଟିକାକୁ ନେଇ କିଛି ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଥିଲା । ପାଶ୍ୱର୍ ପ୍ରତିକ୍ରିୟା ନଥିବା ଏକ ଭଲ ଖବର । ବର୍ତ୍ତମାନ ରାଜଧାନୀର ୬ଟି ସ୍ଥାନରେ ୧୦୦ରୁ ଅଧିକ ଟିକା ନେଲେଣି ।’ ତେବେ ଦ୍ୱିତୀୟ ପର୍ୟ୍ୟାୟ ଟିକା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

Leave A Reply

Your email address will not be published.

15 + two =