ବିଏମସି କମିଶନରଙ୍କ ପଦକ୍ଷେପକୁ ସ୍ୱାଗତ କଲେ ପୂର୍ବତନ କର୍ପୋରେଟର ଅମରେସ ଜେନା

ଭୁବନେଶ୍ୱର( ବସୁନ୍ଧରା) ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଦରୀ ଗୁରୁବାର ଦିନ ଭୁବନେଶ୍ୱରର ୱାର୍ଡ ନମ୍ବର ୪୫ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ୱାର୍ଡର ବିଭିନ୍ନ ଉନ୍ନତି କାର୍ଯ୍ୟକୁ ତ୍ୱରାନିତ କରିବାସହ ଅନେକ ନୂଆ ଉନ୍ନତି ମୂଳକ କାର୍ଯ୍ୟକୁ ଅନୁମୋଦନ ଦେଇଥିଲେ ।

ୱାର୍ଡର ଡ୍ରେନେଜ, ରାସ୍ତା, ପୋଲ,ପାନୀୟ ଜଳ ଓ ଲାଇଟ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ କମିଶନର ପ୍ରତିଶୃତି ଦେଇଥିଲେ । ଏହି ୱାର୍ଡ ବରିଷ୍ଠ ନାଗରିକ ଓ ମହିଳାମାନଙ୍କ ଦୀର୍ଘ ଦିନର ଦାବି ପୂରଣ କରିଛନ୍ତି ବିଏମସି କମିଶନର ।

ବିଏମସି କମିଶନରଙ୍କ ଏହି ପଦକ୍ଷେପକୁ ପୂର୍ବତନ କର୍ପୋରେଟର ଅମରେସ ଜେନା ସ୍ୱାଗତ କରିବା ସହ କମିଶନରଙ୍କୁ ସାଧୁବାର ଜଣାଇଛନ୍ତି ।

Leave A Reply

Your email address will not be published.