ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ବିଶ୍ଵ ବିଜୟୀ ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ପାଳନ।

କଳାହାଣ୍ଡି, (ବସୁନ୍ଧରା):କଳାହାଣ୍ଡି ଜିଲ୍ଲା ର ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ବିଶ୍ଵ ବିଜୟୀ ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ଅବସରରେ Nationaal youth week ପାଳନ କରାଯାଉଛି।ଏହି ଶୁଭ ଅବସର ରେ ଆଜି କରୋନା କଟକଣାର ସମସ୍ତ ନିୟମ କୁ ମାନି ଜୁନାଗଡ ବ୍ଳକ ଦାସିଗାଁ ଗ୍ରାମର ଭେଜିପଡା ଠାରେ ତ୍ରିଶକ୍ତି ସାଂସ୍କୃତିକ ଅନୁଷ୍ଠାନ ଓ ନେହେରୁ ଯୁବ କେନ୍ଦ୍ର ସଂଗଠନ ର ସ୍ବେଚ୍ଛାସେବୀ ମାନଙ୍କ ମିଳିତ ସହଯୋଗରେ National youth week ର cultural day ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଗ୍ରାମର ସମିତି ସଭ୍ୟା ଶ୍ରୀମତି ଶିବାନୀ ନାଏକ ମୁଖ୍ୟଅତିଥି , ଶ୍ରୀମତୀ ଭୂମିସୁତା ଭୋଇ ସମ୍ମାନିତ ଅତିଥି ଓ ତ୍ରିଶକ୍ତି ସାଂସ୍କୃତିକ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ପ୍ରଦୀପ ନାଏକ ,ଶରତ ନାଏକ,ଅଶ୍ୱିନ ଭଇସାଲ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ର ସ୍ବେଛାସେବୀ ପଦ୍ମା ପଟେଲ ଏବଂ ଚିନ୍ମୟ ପଣ୍ଡା ,ତ୍ରିଶକ୍ତି ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ପ୍ରଶାନ୍ତ କଟା , ସମ୍ପାଦକ ଉଜଳ ବକୁଳ, ସହସମ୍ପାଦକ ଛବି ନାଏକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ତ୍ରିଶକ୍ତି ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ପ୍ରଶାନ୍ତ କଟା ଓ ନେହେରୁ ଯୁବ କେନ୍ଦ୍ର ସଂଗଠନ ର ସ୍ବେଚ୍ଛାସେବୀ ପଦ୍ମା ପଟେଲ ମଞ୍ଚ ପରିଚାଳନା କରିଥିଲେ ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ,ନାଚ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ବକୃତା ପ୍ରତିଯୋଗିତାରେ ରେ ରୁଚିତା ଜୋଏଡ଼ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନାଚ ରେ କୌଶଲ୍ୟା ବାଗ ଓ ବବି ଦୁର୍ଗା ଏବଂ ଗୀତ ରେ ରଘୁନାଥ ଦଳପତି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତ୍ରିଶକ୍ତି ସାଂସ୍କୃତିକ ଅନୁଷ୍ଠାନ ର ସ୍ବେଛାସେବୀ ରାଜେଶ ବାଗ,ଚିତ୍ର ଭଇସାଲ ଓ ଥକିନ୍ଦ୍ର ନାଏକ ଇତ୍ୟାଦି କାର୍ଯ୍ୟକ୍ରମ କୁ ଆୟୋଜନ କରିବାରେ ସହାର୍ୟ କରିଥିେଲେ।
କଲମପୁର ରୁ ରଞ୍ଜନ କୁମାର ସାହୁ ଙ୍କ ରିପୋର୍ଟ ।।

Leave A Reply

Your email address will not be published.

seventeen − 1 =