ମକର ସକ୍ରାନ୍ତି ନୂତନ ବର୍ଷରେ କଳାହାଣ୍ଡିବାସୀ ଙ୍କୁ ମୂଖ୍ୟମନ୍ତ୍ରୀଙ୍କ ୨୦୮୫ କୋଟି ଟଙ୍କାର ଉପହାର ; ବିକାଶର ଶିଖରକୁ ଆଉ ଦି’ପାଦ ଅଗ୍ରସର।
କଳାହାଣ୍ଡି,(ବସୁନ୍ଧରା): ଦିନ ଥିଲା କଳାହାଣ୍ଡି ଜିଲ୍ଲା କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ କ୍ଷେତ୍ରରେ ଏକ ପଛୁଆ ଜିଲ୍ଲା ଭାବରେ ଗଣନା କରାଯାଉଥିଲା ! ଆଜି କିନ୍ତୁ ସେହି ଚିତ୍ର ବଦଳି ଯାଇଛି , ଏବେ କଳାହାଣ୍ଡିର ପ୍ରଗତି ବିଶ୍ଵକୁ ଦିଏ ବିକାଶର ବାର୍ତ୍ତା ଯାହା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ବିଜେଡି ସରକାରର ସବୁଠାରୁ ବଡ଼ ଉପଲବ୍ଧି ।

ସିଏ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ହେଉ କି ଉପକୂଳ ଓଡିଶା, ବିକାଶ ଆଜି ସ୍ବପ୍ନ ହୋଇ ରହିନାହିଁ । ଏହା ଏବେ ନିଚ୍ଛକ ବାସ୍ତବତା। ଲୋକଙ୍କ ମୁହଁରେ ହସ ହିଁ ବିକାଶର ବଡ଼ ସଫଳତା ବୋଲି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରାଜ୍ୟର ଏହି ବିକାଶ ଯାତ୍ରାରେ କଳାହାଣ୍ଡିର ସ୍ଥାନ ସ୍ଵତନ୍ତ୍ର, ପବିତ୍ର ମକର ସଂକ୍ରାନ୍ତି ଶୁଭ ଅବସରରେ ଜିଲ୍ଲାର ବିକାଶର ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡି ହେଇ ଯାଇଛି ।

ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡିବାସୀଙ୍କ ପାଇଁ 2085 କୋଟି 20 ଲକ୍ଷ 90 ହଜାର ଟଙ୍କାରୁ ଉର୍ଦ୍ଧ୍ବ 106 ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଐତିହାସିକ ଶୁଭାରମ୍ଭ ଅବସରରେ ଶିଶୁବିକାଶ କଲ୍ୟାଣମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ରାଜ୍ୟ ସଭା ସାଂସଦ ସୁଜିତ କୁମାର ସେଠ୍, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ନର୍ଲା ବିଧାୟକ ଭୂପିନ୍ଦର ସିଂ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ଼ ବିଧାୟକ ମହୋଷଧି ବାଗ ଓ 5ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନ , ରାଜ୍ୟର ଶାସନ ସଚିବ ଅନୁଗର୍ଗ ,କଳାହାଣ୍ଡି ଜିଲ୍ଲାପାଳ ଗଭାଲି ପରାଗ ହର୍ଷଦ ,ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ ।

ତତ୍ସହିତ ବିଜୁ ଜନତା ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ମୂଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ଜିଲ୍ଲା ବାସୀଙ୍କ ମନରେ ଉତ୍ସାହ ଭରିଦେଇ ଥିବା ଦେଖିବାକୁ ମିଳିଥିଲା।
କଳାହାଣ୍ଡିରୁ ବଳମନ୍ତ ନାୟକଙ୍କ ରିପୋର୍ଟ୍।