କଳାହାଣ୍ଡିକୁ ୨୦୮୫ କୋଟି ଟଙ୍କାର ଭେଟି।

କଳାହାଣ୍ଡି। କଲମପୁର ,(ବସୁନ୍ଧରା):କଳାହାଣ୍ଡି ଜିଲ୍ଲା ର ବିକାଶ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି କଳାହାଣ୍ଡି ମାଟିରେ ମୋଟ ୨୦୮୫ କୋଟି ଟଙ୍କାର ୧୦୬ ଟି ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ନିମନ୍ତେ କଲମପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ମୀନା କୁମାରୀ ମାଝୀ ଙ୍କ ନେତୃତ୍ୱ କ୍ରମେ ଇନ୍ଦ୍ରାବତୀ ନୂତନ ଉଠା ଜଳସେଚନ ର ଉଦଘାଟନ କାର୍ଯ୍ୟକ୍ରମକୁ ସିଧପ୍ରସାରଣ ପରଦା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚେଇବାର କାର୍ଯ୍ୟକ୍ରମ ରଖି ଏକ ସଭାର ଅନୁଷ୍ଠିତ ହୋଇଥିଲା ।

କଲମପୁର ଗ୍ରାମ ପଞ୍ଚାୟତ ର ସମସ୍ତ ଗ୍ରାମ ରୁ ବହୁ ସଂଖ୍ୟାରେ ଲୋକ ଯୋଗଦେଇ ସୁରୁଖୁରରେ ଓ ବହୁତ୍ ଖୁସିରେ ଉଦଘାଟନୀ ଉତ୍ସବ ଦେଖିଥିଲେ ଓ ଶାନ୍ତିର ସହିତ ମୁଖ୍ୟମନ୍ତ୍ରୀ ଓ ଉପସ୍ଥିତ ସମସ୍ତ ଅଥିତି ଙ୍କ ବକ୍ତବ୍ୟ ଶୁଣିଥିଲେ । କଳାହାଣ୍ଡି ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧା ଓ ଭଲପାଇବା ଦେଖି ସମସ୍ତେ କଳାହାଣ୍ଡି ବାସି ବହୁତ୍ ଖୁସି ହୋଇଥିଲେ । ପ୍ରକୃତରେ ପଛୁଆ ବର୍ଗ ଭାବରେ ଓଡ଼ିଶାରେ ଗଣତି ହେଉଥିବା କଳାହାଣ୍ଡି ଜିଲ୍ଲା ର ଅଗ୍ରଗତି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅଶ୍ରିବାଦ୍ ବୋଲି କଳାହାଣ୍ଡି ବାସୀଙ୍କ ମଧ୍ୟରେ ଖୁସି ଆଣି ଦେଇଛି ।

ପୂର୍ବର ଗରିବ କଳାହାଣ୍ଡି ଆଜି ସତରେ ବହୁତ୍ ବଦଳି ଯାଇ ସବୁଜ ବନାନିର ଏକ ଅଗ୍ରଗତି ଜିଲ୍ଲାରେ ଓଡ଼ିଶାରେ ଦ୍ଵିତୀୟ ସ୍ଥାନରେ ରହି ଲୋକ ଲୋଚନକୁ ଆସି କଳାହାଣ୍ଡି ବାସୀଙ୍କୁ ଗର୍ବିତ କରିଛି। ଜୟପାଟଣା ବ୍ଲକ ମଙ୍ଗଳପୁର ଉଠା ଜଳସେଚନ ର ଉଦଘାଟନୀ ଉତ୍ସବ ଓ ସମସ୍ତ ଅଥିତି ଙ୍କ ବକ୍ତବ୍ୟ ପରେ କଲମପୁର ଗ୍ରାମ ପଞ୍ଚାୟତ ରେ ଅନୁଷ୍ଠିତ କାର୍ଯ୍ୟକ୍ରମର ସଭାସାଙ୍ଗ ହୋଇଥିଲା । ଉପସ୍ଥିତ ସମସ୍ତ ଜନସାଧାରଣଙ୍କ ପାଇଁ କଲମପୁର ଗ୍ରାମ ପଞ୍ଚାୟତ ରେ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କଲମପୁର ସରପଞ୍ଚ ଶ୍ରୀମତୀ ମୀନକୁମାରୀ ମାଝୀ , ନାଏବ ସରପଞ୍ଚ ଶ୍ରୀମତୀ ରଶ୍ମିତା ମାଝୀ,ଗ୍ରାମୀଣ ରୋଜଗାର ସେବକ ଶ୍ରୀଯୁକ୍ତ ପ୍ରକାଶ ରଞ୍ଜନ ଠାକୁର,ଯୋଗାଣ ସହାୟକ ଶ୍ରୀ ବନମାଳୀ ସାହୁ , ରାଜସ୍ବ ନିରୀକ୍ଷକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପୁରୋହିତ,ମାଁ ତାରିଣୀ NGO ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ନାଏକ , କଲମପୁର ଗ୍ରାମ ପଞ୍ଚାୟତ ବିଜୁ ବାହିନୀ ଦଳର ସଭାପତି ଶ୍ରୀ ବିନୋଦ ବିହାରୀ ନାଏକ ଓ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।
କଲମପୁର ରୁ ରଞ୍ଜନ କୁମାର ସାହୁ ଙ୍କ ରିପୋର୍ଟ

Leave A Reply

Your email address will not be published.