ଡିଜିଟାଲ ହେବ ରାଜ୍ୟର ଜେଲ୍ ବିଭାଗ ।

ଭୁବନେଶ୍ୱର,(ବସୁନ୍ଧରା):ଅଗ୍ନିଶମ ପରେ ଏବେ ଡିଜିଟାଲ ହେବ ରାଜ୍ୟର ଜେଲ୍ ବିଭାଗ । ଏଣିକି ଅନଲାଇନରେ ମୁଲାକାତ ଓ ପାରୋଲ ଆବେଦନ ହେବ । ୱେବସାଇଟ ଜରିଆରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ । ୱେବସାଇଟରେ ବିଚାରଧୀନ କଏଦୀଙ୍କ ବିସ୍ତୃତ ବିବରଣୀ ଉପଲବ୍ଧ ହେବ । ଜେଲ କାର୍ଯ୍ୟରେ ଟେକ୍ନୋଲୋଜି ବ୍ୟବହାରକୁ ନେଇ ଜେଲ ଡିଜି ଗୁରୁତ୍ୱ ଦେଇଛନ୍ତି । ଭୁବନେଶ୍ୱରର ଝାରପଡା ଜେଲରୁ ଏହି ଡିଜିଟାଲାଇଜେସନ ଆରମ୍ଭ ହେବ ।

Leave A Reply

Your email address will not be published.