ଭୁବନେଶ୍ୱର,(ବସୁନ୍ଧରା): ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି । କିନ୍ତୁ ଏଠି ରାଜ୍ୟରେ ନ୍ୟାସନାଲ ଫ୍ଲାଗସିପ ପ୍ରୋଗ୍ରାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସଠିକ୍ ଢଙ୍ଗରେ କ୍ରିୟାନ୍ୱୟନ କରାଯାଉନାହିଁ । ରାଜ୍ୟର ୩୧୪ ବ୍ଲକ, ମୁ୍ୟନିସିପାଲିଟି ଏବଂ ଏନଏସି ମାନଙ୍କରେ ପକ୍କା ଘର ଯୋଗାଇଦେବାରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ଚାଲିଛି । ଶାସକ ବିଜେଡିର ବିଧାୟକ ଓ ନେତାମାନେ ହିତାଧିକାରୀମାନଙ୍କ
ଠାରୁ ୨୦-୨୫ ହଜାର ଟଙ୍କା ଆଦାୟ କରୁଛନ୍ତି । ପ୍ରଥମ କିସ୍ତିର ଅର୍ଥକୁ ଶାସକ ଦଳର ନେତାମାନେ ପିସି ଆକାରରେ ନେଉଥିବାରୁ ଗରିବ ଯୋଗ୍ୟ ହିତାଧିକାରୀ ଘର କରିପାରୁ ନାହିଁ । ଏହା ବିରୁଦ୍ଧରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ମହାମାହିମ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ୨୦୧୧ ଜନଗଣନା ଅନୁଯାୟୀ ହୋଇଥିବାବେଳେ ଶାସକ ଦଳର ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ତାଲିକାରେ ପଛରେ ସାମିଲ କରାଯାଇଥିଲା । ୨୦୧୯ରେ ଏହା ବିରୁଦ୍ଧରେ ବିଜେପି ପ୍ରତିବାଦ କରିବା ଯୋଗୁଁ ରାଜ୍ୟସରକାର ସମସ୍ତ ବ୍ଲକ ଅଫିସରେ ସାନି ଆବେଦନ ପାଇଁ ନୋଟିସ ଜାରି କରିଥିଲେ ।
ଫେବୃଆରୀ ୨୦୨୦ ସୁଦ୍ଧା ଆବେଦନ ପତ୍ର ହିତାଧିକାରୀମାନେ ଦେବା ସତ୍ୱେ ୨୦୧୯ରୁ ଗୋଟିଏ ବି ୱାର୍କ ଅର୍ଡର ଇସୁ୍ୟ କରାଯାଇନାହିଁ ।
ପ୍ରଧାନମନ୍ତ୍ରୀ ଦୁର୍ନୀତି ବିରୁଦ୍ଧରେ ପ୍ରତିବାଦ କରିବା ଯୋଗୁଁ ବିଜେପିର କର୍ମୀମାନଙ୍କୁ ମରଣାନ୍ତକ ଆକ୍ରମଣ ସହ ହତ୍ୟା କରାଯାଉଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନୃତଙ୍ଗ ଠାରେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯିବା ଘଟଣା । ବିଜେପି ନେତା କୁଳମଣି ବରାଳ ପ୍ରଧାନମବୀ ଆବାସ ଯୋଜନାରେ ଚାଲିଥିବା ଦୁର୍ନୀତି ବିରୁଦ୍ଧରେ ଦୃଢ ପ୍ରତିବାଦ କରିବା ଯୋଗୁଁ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରୁ କଟାଯାଇଥିଲା ଏବଂ କିଛି ସ୍ଥାନୀୟ ସରକାରୀ ଅଧିକାରୀଙ୍କୁ ନିଲଙ୍କନ କରାଯାଇଥିଲା । ଶାସକ ଦଳ ମବୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ବିଜେଡି ଗୁଣ୍ଡାମାନେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରିଥିଲେ । ଏଭଳି
ଅନେକ ଘଟଣା ରାଜ୍ୟରେ ସବୁଦିନ ଘଟୁଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ପକ୍କା ଘର ଆଗରେ ବିଜୁ ପକ୍କା ଘର ଲେଖି ରାଜ୍ୟସରକାର ନିଜର ଆତ୍ମପ୍ରଚାର କରୁଛନ୍ତି । ଏହାକୁ ନେଇ ବିଭିନ୍ନ ଗାଁରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଥିଲା । ଏଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚାଲିଥିବା ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ହସ୍ତକ୍ଷେପ କରିବା ନେଇ ପ୍ରତିନିଧୀ ଦଳ ମହାମାହିମ ରାଜ୍ୟପାଳଙ୍କ
ଆଗରେ ଦାବି ରଖିଛି । ଏହି ଅବସରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ରାଷ୍ଟ୍ରୀୟ ପବକ୍ତା ସମ୍ବିତ ପାତ୍ର, ଉପନେତା ବିଷ୍ଣୁ ସୋଠି, ମୁଖ୍ୟ ସଚେତକ ମୋହନ ମାଝୀ, ବରିଷ୍ଠ ନେତା ତଥା ବିଧାୟକ ଜୟନାରାୟଣ ମିଶ୍ର, ସୁବାଷ ପାଣିଗ୍ରାହୀ, ଗଣେଶ ରାମ
ଖୁଂଟିଆ, ଭବାନୀ ଭୋଇ, କୁସୁମ ଟେଟେ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ନାଉରୀ ନାୟକ, ଆଦିତ୍ୟ ମାଢୀ, ସୁକାନ୍ତ ନାୟକ, ପ୍ରକାଶ ସୋରେନ୍, ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ମୁଖପାତ୍ର ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post