ଆସନ୍ତୁ ଜାଣିବା କେଉଁ ଜିଲ୍ଲାକୁ କେତେ ଟିକା ମିଳିଛି ତାହାର ସମ୍ପୂର୍ଣ୍ଣ ତଥ୍ୟ।

ଭୁବନେଶ୍ୱର,(ବସୁନ୍ଧରା): ଓଡିଶା ରାଜ୍ୟ ଟିକା ଭଣ୍ଡାରରୁ ସବୁ ଜିଲ୍ଲାକୁ ପଠାଯାଇଛି କୋଭିସିଲ୍ଡ ଟିକା । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମସ୍ତ ଜିଲ୍ଲାକୁ ସ୍ୱତନ୍ତ୍ର ବାକ୍ସରେ ଠିକା ପଠାଯାଇଛି । ପ୍ରତ୍ୟେକ ଜିଲ୍ଲାର ଆକଳନ ଅନୁସାରେ ଟିକାକରଣ କେନ୍ଦ୍ରକୁ ଟିକା ପଠାଯାଇଛି । ଏହାରି ମଧ୍ୟରେ କେଉଁ ଜିଲ୍ଲାକୁ କେତେ ଟିକା ମିଳିଛି ବୋଲି ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । କଟକ ଜିଲ୍ଲାକୁ ସର୍ବାଧିକ ୧୭ ହଜାର ୧୯୦ କୋଭିସିଲ୍ଡ ଟିକା ମିଳିଛି ।

ସେହିପରି ଅନୁଗୁଳକୁ -୪୫୯୦, ବଲାଙ୍ଗୀରକୁ-୭୨୦୦, ବାଲେଶ୍ୱରକୁ-୭୫୬୦, ବରଗଡକୁ- ୬୫୨୫, ଭଦ୍ରକକୁ- ୪୯୯୫, ବୌଦ୍ଧକୁ-୧୭୫୫, ଦେଓଗଡକୁ- ୧୪୮୫, ଢେଙ୍କାନାଳକୁ – ୪୫୦୦, ଗଜପତିକୁ – ୪୦୫୦, ଗଞ୍ଜାମକୁ – ୧୫୧୨୦, ଜଗତସିଂହପୁରକୁ – ୪୫୯୦, ଯାଜପୁରକୁ – ୬୮୮୫, ଝାରସୁଗୁଡାକୁ – ୨୮୮୦, କଳାହାଣ୍ଡିକୁ – ୬୧୨୦, କନ୍ଧମାଳକୁ – ୪୫୯୦, କେନ୍ଦ୍ରାପଡାକୁ – ୪୯୯୫, କେନ୍ଦୁଝରକୁ – ୭୨୯୦, ଖୋର୍ଦ୍ଧାକୁ – ୫୫୩୫, କୋରାପୁଟକୁ – ୭୪୭୦, ମାଲକାନଗିରୀକୁ -୩୨୪୦, ମୟୁରଭଞ୍ଜକୁ -୧୦୭୧୦, ନବରଙ୍ଗପୁରକୁ – ୬୩୦୦, ନୟାଗଡକୁ – ୩୬୦୦, ନୂଆପଡାକୁ – ୩୨୪୦, ପୁରୀକୁ -୬୩୦୦, ରାୟଗଡାକୁ ୪୮୬୦, ସମ୍ବଲପୁରକୁ -୬୭୫୦, ସୁବର୍ଣ୍ଣପୁରକୁ – ୩୨୮୫, ସୁନ୍ଦରଗଡକୁ -୯୯୪୫। ଏହା ସହ ଭୁବନେଶ୍ୱର ପାଇଁ ୯ ହଜାର କୋଭାକ୍ସିନ ଟିକା ମିଳିବ ବୋଲି ସୂଚନା ରହିଛି । ତେବେ ଆସନ୍ତା ୧୬ ଜାନୁଆରୀରେ ସମଗ୍ର ରାଜ୍ୟରେ ସମୂହ ଟିକାକରଣ ହେବ ।

Leave A Reply

Your email address will not be published.

15 − 6 =