ବୟସ୍କ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆଗ ମିଳିବ ଟିକା

ଭୁବନେଶ୍ୱର(ବସୁନ୍ଧରା): ଓଡିଶା ଆସୁଛି କୋଭିସିଲ୍ଡ ଟିକା । ଯେତିକି ଟିକା ଆସୁଛି ସେଥିରେ ୧ ଲକ୍ଷ ୯୧ ହଜାର ଲୋକଙ୍କୁ ଦିଆଯିବ । ଏହାପରେ ଆଉ ୨୦ ହଜାର କୋଭାକ୍ସିନ୍‌ ଖୁବଶୀଘ୍ର ଆସି ପହଞ୍ଚିବ । ପ୍ରଥମେ ବୟସ୍କ ଓ ହାଇରିକ୍ସ ଜୋନ୍‌ରେ କାର୍ୟ୍ୟରତ ସ୍ବାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ଟିକା । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ସାରାଦେଶରେ ଆସନ୍ତା ୧୬ତାରିଖକୁ କରୋନା ଟିକାକରଣ କରାଯିବ । ଯାହାକୁ ଦୃଷ୍ଟିରେ ରଖି ଦେଶରେ ବିଭିନ୍ନ ସ୍ଥାନକୁ ଟିକା ପଠାଯାଉଛି । ଏହିପ୍ରରିପେକ୍ଷୀରେ ଓଡିଶାକୁ ମଧ୍ୟ କୋଭିସିଲ୍ଡ ଟିକା ଆସିଛୁ ।ତେବେ ଯେତିକି ଟିକା ଆସୁଛି ସେଥିରେ ୧ ଲକ୍ଷ ୯୧ ହଜାର ଲୋକଙ୍କୁ ଦିଆଯିବ । ପରେ ଆଉ ୨୦ ହଜାର କୋଭାକ୍ସିନ୍ ଖୁବ୍‌ଶୀଘ୍ର ଆସି ଓଡିଶାରେ ପହଞ୍ଚିବ । ପୂର୍ବନିର୍ଦ୍ଦାରିତ ସୂଚୀଅନୁସାରେ ଆସନ୍ତା ୧୬ରେ ରାଜ୍ୟରେ ଚିହ୍ନଟ ହୋଇଥିବା ସ୍ଥାନରେ ଟିକା ଦାନର ବ୍ୟବସ୍ଥା କରାଯିବ ।ଏହାପରେ ଆସନ୍ତା ୨୫ ସୁଦ୍ଧା ଦ୍ବିତୀୟ ପର୍ୟ୍ୟାୟ ଟିକାକରଣ ତାଲିକା ପ୍ରସ୍ତୁତ କରାଯିବ ।

Leave A Reply

Your email address will not be published.