ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ ଅବ୍ୟବହିତ ପୂର୍ବରୁ ବିଜେଡିର ସାମ୍ବାଦିକ ସମ୍ମିଳନୀ

ଭବାୀପାଟଣା,(ବସୁନ୍ଧରା): ଆସନ୍ତା ୧୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ଗସ୍ତ କରିବା ଅବସରରେ ଭବାନୀପାଟଣା ସ୍ଥିତ ହୋଟେଲ ଭାଗିରଥି ଇନ୍ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟ ଏମ୍ଏସ୍ଏମ୍ଇ, ଶକ୍ତି ଓ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ସଭା ସଦସ୍ୟ ଭୂପିନ୍ଦର ସିଂ ,ରାଜ୍ୟ ସଭା ସଦସ୍ୟ ଅଜିତ୍ କୁମାର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଙ୍କ ସମେତ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଆଇନ ଜୀବୀ ଭବାନୀ ଶଙ୍କର ମିଶ୍ର, ପୂର୍ବତନ ନଗର ପାଳ ଆଦିତ୍ୟ ପ୍ରସାଦ ନନ୍ଦ ତଥା ଦଳର ବରିଷ୍ଠ କର୍ମକର୍ତ୍ତା ଯୋଗଦାନ କରିଥିଲେ। ସମ୍ମିଳନୀକୁ ଭବାନୀ ଶଙ୍କର ନିଆଲ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ସଭାପତି ଶ୍ରୀ ସିଂ ଦେଓ ଗତ ୨୦ ବର୍ଷ ମଧ୍ୟରେ ଜିଲ୍ଲାର ଉନ୍ନତି ପାଇଁ ବିଜେଡି ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଥିଲେ। ମୂଖ୍ୟମନ୍ତ୍ରୀ ତାଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ ବେଳେ ୧୦୬ଟି ପ୍ରକଳ୍ପ ର ଶୁଭାରମ୍ଭ କରିବା ସହ ଏଥିପାଇଁ ସମୁଦାୟ ୨୦୮୫•୨୦୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରହିଛି। ସମୁଦାୟ ୧୦୬ଟି ପ୍ରକଳ୍ପ ମଧ୍ୟରୁ ୫୪ଟି ପ୍ରକଳ୍ପ ଉଦ୍ଘାଟନ ମୂଖ୍ୟମନ୍ତ୍ରୀ କରିବେ। ଏଥିପାଇଁ ୧୦୬୪• ୮୬୨କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଶିଳାନ୍ୟାସ ହେବାକୁ ଥିବା ୫୨ ଟି ପ୍ରକଳ୍ପ ପାଇଁ ୧୦୨୦ • ୩୭୪ କୋଟି ଟଙ୍କା ବ୍ୟୟ ଅଟକଳ ରହିଥଛି ବୋଲି ପ୍ରକାଶ କରିଥିଲେ। ଶକ୍ତିମନ୍ତ୍ରୀ ଶ୍ରୀ ମିଶ୍ର ମଧ୍ୟ ବିଜୁଳି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ କୁ ଉଲ୍ଲେଖ କରିଥିଲେ। ଆଗାମୀ ଦିନରେ ଜିଲ୍ଲାରେ ବିଜୁଳି ସମସ୍ୟା ଦୂର ହେବା ସହିତ ତାଙ୍କ ବିଭାଗ ଦ୍ୱାରା ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ପଦକ୍ଷେପ ନେବାକୁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ରାଜ୍ୟ ସରକାର ଦୃଢ଼ ପ୍ରତିଶ୍ରୁତି ବଦ୍ଧ ବୋଲି ପ୍ରକାଶ କରିଥିଲେ। ରାଜ୍ୟ ସରକାରଙ୍କ କଳାହାଣ୍ଡି ଜିଲ୍ଲା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ଅନେକ ଜନହିତକର କାର୍ୟ୍ୟକ୍ରମକୁ ପ୍ରଶଂସା କରିଥିଲେ। ସେହିପରି ସାମ୍ବାଦିକ ଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

ଭବାୀପାଟଣାରୁ ବଳମନ୍ତ ନାୟକଙ୍କ ରିପୋର୍ଟ୍

Leave A Reply

Your email address will not be published.