ବରିଷ୍ଠ କାର୍ଯ୍ୟକର୍ତା ଅମୀୟ କୁମାର ମହାନ୍ତିଙ୍କ ଅକାଳ ବିୟୋଗରେ ରାଜ୍ୟ ବିଜେପିର ଶୋକ


ଭୁବନେଶ୍ୱର,( ବସୁନ୍ଧରା): ବରିଷ୍ଠ କାର୍ଯ୍ୟକର୍ତା ତଥା ଯାଜପୁର ଜିଲ୍ଲା ନିବାସୀ ଅମୀୟ କୁମାର ମହାନ୍ତିଙ୍କ ଆଜି ମାତ୍ର
୫୩ ବର୍ଷ ବୟସରଙ୍କ ଅକାଳ ନିଧନ ଘଟିଛି । ଅମୀୟ କୁମାର ମହାନ୍ତିଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି । ମିଷ୍ଟଭାଷୀ ଏବଂ ଅତ୍ୟନ୍ତ ପରପୋକାରୀ ସ୍ୱର୍ଗତଃ ମହାନ୍ତି ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତା ଭାବେ ସ୍ଥାନୀୟ ଅଂଚଳ ସମେତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଧ୍ୟ ପରିଚିତ ଥିଲେ । ସ୍ୱର୍ଗତଃ ଅମୀୟ ମହାନ୍ତିଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ନାଏକଙ୍କ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଗଭୀର ସମବେଦନା ଜଣାଇଛନ୍ତି । ଏହି ଦୁଃଖଦ ସମୟରେ ସ୍ୱର୍ଗତଃ ଅମୀୟ ମହାନ୍ତିଙ୍କ ଧର୍ମପତ୍ନୀ ସ୍ମିତାଞ୍ଜଳୀ ମହାନ୍ତି ଓ ଏକ ମାତ୍ର ଝିଅ ପ୍ରିତିପ୍ରଜ୍ଞା ମହାନ୍ତି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାହାସ ଓ ଧୈର୍ଯ୍ୟ ପ୍ରଦାନ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୃ ଜଗନ୍ନାଥଙ୍କ ନିକଟରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.