କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର,(ବସୁନ୍ଧରା): କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପାଇଁ ଆସିଛି ବଡ ଖୁସି ଖବର । କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବୋନସ୍ ରାଶି ସମେତ ସହାୟତା ରାଶିକୁ ମଞ୍ଜୁରି ମିଳିଛି । ବୋନସ୍ ଓ ଅନ୍ୟାନ୍ୟ ସୟାତକା ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୯.୭୮ କୋଟିର ବୋନସ୍ ସମେତ ୯୨.୩୭ କୋଟିର ବୋନସ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ସହ କର୍ମଚାରୀଙ୍କ ମୃତ୍ୟୁ ଓ ଅକ୍ଷମତା ସହାୟତା ରାଶିକୁ ୨ ଗୁଣ ବୃଦ୍ଧି କରାଯାଇଛି । ସହାୟତା ରାଶି ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.