ଦୁର୍ଘଟଣା ରୋକିବା ପାଇଁ ରଙ୍ଗୀନହମ୍ପସ।


ବାଲିଅନ୍ତା, (ବସୁନ୍ଧରା): ରାମଚନ୍ଦ୍ର ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ଓ ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟର ମିଳିତ ଉଦ୍ୟମରେ ବାଲିଅନ୍ତା ଥାନା ରୋଡ ଥିବା ହମ୍ପସଗୁଡିକୁ ରଙ୍ଗୀନ କରିବା କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି. ଆଜି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ. ଅତିଥିଭାବେ ଓଡିଶା ନିର୍ମାଣ ନିଗମର ବୈଦୁତିକ ଯନ୍ତ୍ରୀ ଅରବିନ୍ଦ ସାହୁ, ଅଜିତ ଶିଳ୍ପ ତାଲିମ କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅଜାମ୍ବର ବେହେରା ଯୋଗଦାନ କରିଥିଲେ. ଏହି ଅବସରରେ ବାଲିଅନ୍ତା ଗ୍ରାମବାସୀଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା. ରାତ୍ରି ସମୟରେ ହମ୍ପସ ଗୁଡିକ ଦେଖାଯାଉନଥିବାରୁ ବହୁସଂଖ୍ୟାରେ ଦୁର୍ଘଟଣାମାନ ଘଟୁଥିବା ଦେଖାଯାଉଛି. ଏହି ଦୁର୍ଘଟଣା ହ୍ରlସ କରୁଥିବା ଉଦେଶ୍ୟ ନେଇ ସମଗ୍ର ହମ୍ପସଗୁଡିକୁ ରଙ୍ଗୀନ କରିବା ଦାୟିତ୍ୱ ନେଇଥିବାରୁ ରାମଚନ୍ଦ୍ର ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ଓ ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟକୁ ଧନ୍ୟବାଦ ଜଣାଇଥିଲେ ଗ୍ରାମବାସି. ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ଓ ଧୀରେଧୀରେ ସମଗ୍ରରାଜ୍ୟରେ କାର୍ଯ୍ୟକାରି କରାଯିବବୋଲି ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ ଅଧକ୍ଷା ଅମୀୟଵାଳା ପରିଡା କହିଛନ୍ତି. ଏହି ଅବସରରେ ରାମଚନ୍ଦ୍ର ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସଂଜିତ କୁମାର ପଟ୍ଟନାୟକ, ସଭାପତି ବିକାଶ କୁମାର ସେଠି, ଉପସଭାପତି ଶ୍ଵେତାଳି ପଟ୍ଟନାୟକ, ଉପଦେଷ୍ଟା ହରେକୃଷ୍ଣ ପଟ୍ଟନାୟକ, ଟ୍ରଷ୍ଟର ସଦ୍ୟସ ସୁକାନ୍ତ ସେଠି, ଶ୍ରୀକାନ୍ତ ମହାରଣା, ଗଣେଶ କୁମାର ନାୟକ, ମଦନମୋହନ ଜେନା, ସନ୍ତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ.

Leave A Reply

Your email address will not be published.