ପୁରସ୍କାର ବିଜେତା ମାଗ୍ମା ‘ଏମ୍-ସ୍କଲାର’ ଷଷ୍ଠ ବର୍ଷରେ ପଦାର୍ପଣ ବର୍ଷ ୨୦୨୦ ମେଧା ତାଲିକାରେ ଛାତ୍ରୀମାନେ ଛାତ୍ରମାନଙ୍କ ତୁଳନାରେ ବହୁ ଆଗରେ।


ମୁମ୍ବାଇ,(ବସୁନ୍ଧରା): କୋଲକତା ସ୍ଥିତ ମାଗ୍ମା ଫାଇଣ୍ଡେସନ ମାଗ୍ମା ‘ଏମ୍-ସ୍କଲାର ୨୦୨୦’ ନିମନ୍ତେ ନିଜର ମେଧା ତାଲିକା ଘୋଷଣା କରିଛି । ବର୍ଷ ୨୦୧୫ ଠାରୁ ମାଗ୍ମା ସମାଜର ଆର୍ଥିକ ଅନଗ୍ରସର ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ‘ଏମ୍-ସ୍କଲାର’ ପ୍ରଦାନ କରିଆସୁଛି । ନୂତନ ମେଧା ସୂଚୀ ଅନୁଯାୟୀ ହିତାଧିକାରୀଙ୍କ ସଂଖ୍ୟା ୫୦୦ରେ ପଦାର୍ପଣ କରିବାକୁ ଯାଉଛି ।
ମାଗ୍ମା ‘ଏମ୍-ସ୍କଲାର’ର ବର୍ଷ ୨୦୨୦ର ମୁଖ୍ୟ ବିଶେଷତ୍ୱ ହେଲା-ଚଳିତ ବର୍ଷ ମୋଟ୍ ଅନୁସନ୍ଧାନ କରିଥିବା ସଂଖ୍ୟା ୧୨୦୦ ହୋଇଥିବା ବେଳେ ଅନ୍ଲାଇନ୍ରେ ମୋଟ୍ ୮୨୫ଟି ଦରଖାସ୍ତ ଆମର ହସ୍ତଗତ ହୋଇଥିଲା । ଏଥିରେ ୧୨ ଗୋଟି ରାଜ୍ୟରୁ ତାଲିକାଭୁକ୍ତ ହୋଇଥିବା ୧୦୮ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କ ମ୍ମରୁ ୮ ଜଣ ପ୍ରତୀକ୍ଷା ସୂଚୀରେ ଥିଲେ । ଏହି ପରିପ୍ରେକ୍ଷୀରେ ଆଞ୍ଚଳିକ ସ୍ତରରେ ଶୀର୍ଷ ୧୦୦ଜଣଙ୍କ ମ୍ମରୁ ପୂର୍ବ-୫୧, ପଶ୍ଚିମ-୨, ଉତ୍ତର-୫ ଏବଂ ଦକ୍ଷିଣ କ୍ଷେତ୍ରରୁ ୪୨ ଜଣ ଥିଲେ । ଶୀର୍ଷ ସ୍ଥାନ ଅଳଙ୍କୃତ କରିଥିବା ୧୦୦ଜଣଙ୍କ ମ୍ମରୁ ଛାତ୍ର ସଂଖ୍ୟା ୪୮ ଥିବାବେଳେ ଛାତ୍ରୀମାନଙ୍କ ସଂଖ୍ୟା ଥିଲା ୫୨ । ଆହୁରି ମଧ୍ୟ ଶୀର୍ଷ ୧୦୦ଜଣଙ୍କ ମ୍ମରୁ ସ୍ନାତକ (କଳା)ରେ ୩୩, ସ୍ନାତକ(ବାଣିଜ୍ୟ)ରେ ୨୩ ଏବଂ ସ୍ନାତକ(ବିଜ୍ଞାନ)ରେ ୧୪ ତଥା ଅନ୍ୟାନ୍ୟ ୧ ଜଣ ଥିଲେ । ସର୍ବୋଚ୍ଚ ଅଙ୍କ ପ୍ରାପ୍ତ କରିଥିବା ୧୦୦ଜଣଙ୍କ ମ୍ମରୁ ୯୬% ରୁ ଉଦ୍ଧ୍ୱର୍ ୫୫ ଜଣ ଥିଲାବେଳେ ୯୫%ରୁ କମ୍ ଥିଲେ ୪୫ ଜଣ । ଅଧିକାଂଶ ମେଧାବୀ ଛାତ୍ରଛାତ୍ରୀମାନେ ଗରିବ ପରିବାରରୁ ଆସିଥିଲେ, ଯେଉଁମାନଙ୍କ ପିତାମାତା ସାଧାରଣତଃ ଦିନ ମଜୁରିଆ, ଡ୍ରାଇଭର, ବଢେ଼ଇ/ରଙ୍ଗମିସ୍ତ୍ରୀ, ସାଇକେଲ ମରାମତି ମିସ୍ତ୍ରୀ, ଦରଜୀ ଓ କୃଷକ ଥିଲେ ।

ମେଧାବୀ ସୂଚୀ ଘୋଷଣା କରିବା ଅବସରରେ ମାଗ୍ମା ଫିନ୍କର୍ପର ମୁଖ୍ୟ-ସିଏସ୍ଆର ଶ୍ରୀଯୁକ୍ତ କୌଶିକ ସିହ୍ନା କହିଛନ୍ତି “ଗୁଣବତ୍ତା ବିଶିଷ୍ଟ ଶିକ୍ଷା ହେଉଛି ଏକ ସଫଳ ଦେଶର ମେରୁଦଣ୍ଡ । ‘ଏମ୍-ସ୍କଲାର’ ପ୍ରକଳ୍ପରେ ନିବେଶ ମାଧ୍ୟମରେ ଯାହା ଅର୍ଥ ମିଳେ, ସେଥିରୁ ମାଗ୍ମା ଫିନକର୍ପ ଆର୍ଥିକ ଦୁର୍ବଳ ଶ୍ରେଣୀର ମେଧାବୀ ତଥା ୧୫-୧୮ ବର୍ଷ ମଧ୍ୟରେ ବିଦ୍ୟାଳୟ ସ୍ତରରେ ପାଠପଢ଼ା ଛାଡୁଥିବା ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ । ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ହେଉଛି ଆମର ମୂଳଭୂତ ଲକ୍ଷ୍ୟ ଓ ପ୍ରାୟାସ । ରାଷ୍ଟ୍ରର ଉନ୍ନତି ଏବଂ ପ୍ରଗତୀରେ ଆମେ ଆମର ସହଭାଗିତା ପୂରଣ ପାଇଁ ସର୍ବଦା ସଙ୍କଳ୍ପବଦ୍ଧ ।

Leave A Reply

Your email address will not be published.