କାର୍ ଓ ବାଇକ୍ ମୁହାଁ – ମୁହିଁ ଧକ୍କା ,ବାଇକ୍ ଆରୋହୀ ଗୁରୁତର ।


କଳାହାଣ୍ଡି ,କେସିଙ୍ଗା, (ବସୁନ୍ଧରା):କେସିଙ୍ଗା କନ୍ତେଶିର୍ ପୋଲ ନିକଟରେ ବାଇକ୍ ଓ କାର ଧକ୍କା, ଫଳରେ ବାଇକ୍ ଆରୋହୀ ଗୁରୁତର ।

ସୂଚନା ଅନୁସାରେ ଅମାଟ୍ ଗ୍ରାମ ର ସୌଭାଗ୍ୟ ଧଙ୍ଗଡାମାଝୀ (୪୫) OD 08 3672 ନମ୍ୱର୍ ବାଇକ୍ ଯୋଗେ କେସିଙ୍ଗା ଅଭିମୁଖେ ଯାଉଥିଲେ ବିପରୀତ ଦିଗରୁ (କେସିଙ୍ଗା ରୁ ବଲାଙ୍ଗୀର) OD 08 E 9545 ନମ୍ୱର୍ ର ଏକ କାର ଆସି ବାଇକ୍ କୁ ଧକ୍କା ଦେଇଥିଲା ଫଳରେ ବାଇକ୍ ଆରୋହୀ ର ଡାହାଣ ଗୋଡ଼ କଟାଯାଇ ଆଣ୍ଠୁରେ ଶକ୍ତ ଆଘାତ ଲାଗିଥିଲା ଘଟଣା ସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ ।

କେସିଙ୍ଗା ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତି ଙ୍କୁ କେସିଙ୍ଗା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା କିନ୍ତୁ ବ୍ୟକ୍ତି ଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ କେସିଙ୍ଗା ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଗୁରୁତର ବ୍ୟକ୍ତି ଙ୍କୁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ।
କେସିଙ୍ଗା ରୁ ନୃପରାଜ୍ ସାହୁ ଙ୍କ ରିପୋର୍ଟ ।।

Leave A Reply

Your email address will not be published.