ଭୂବନେଶ୍ୱରର ଜଣାଶୁଣା ସମାଜସେବୀ ତଥା ଯୁବନେତା ଶ୍ରୀ ଲଲାଟେନ୍ଦୁ ମହାପାତ୍ରଙ୍କ ବିଜେପିରେ ଯୋଗଦାନ।

ଭୁବନେଶ୍ୱର,(ବସୁନ୍ଧରା) : ଭାରତୀୟ ଜନତା ପାର୍ଟୀର ନୀତି ଓ ଆଦର୍ଶ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ସୁଶାସନ ଓ ବିକାଶମୁଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଭୂବନେଶ୍ୱରର ଜଣାଶୁଣା ସମାଜସେବୀ ତଥା ଯୁବନେତା ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଆଜି ଆନୁଷ୍ଟାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀ ମହାପାତ୍ରଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଶ୍ରୀ ମହାପାତ୍ରଙ୍କ ଯୋଗଦାନ କାରଣରୁ ଦଳୀୟ ସଂଗଠନ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ଜିଲ୍ଲାର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.