ରାମପୁର ମୁଖ୍ୟରାସ୍ତାରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା।


କଳାହାଣ୍ଡି, କଲମପୁୁୁର,(ବସୁନ୍ଧରା): ରାମପୁର ମୁଖ୍ୟରାସ୍ତାରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା। ଜୁନାଗଡ଼ ବ୍ଲକ ଚିଙ୍ଗେରସର ଗ୍ରାମର ଗୁରୁ ବାରୁ ପୁଝାରୀ (୩୦) , କୌଣସି ଘରୋଇ କାମରେ ଗୁଣୁପୁର ଯାଇ ଫେରୁଥିବା ସମୟରେ କଲମପୁର ଅଞ୍ଚଳର କୁଲେଇଜୋର୍ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଉକ୍ତ ବ୍ୟକ୍ତି ଘଟଣା ସ୍ଥଳରେ ଅଚେତ୍ ଅବସ୍ଥାରେ ଦେଖି କିଛି ପଥଚାରୀ ଓ ୟଙ୍ଗ ଷ୍ଟାର୍ କ୍ଲବର ସଭାପତି, ବିଜୁ ଜନତା ଦଳର ନେତା ନବକିଶୋର ନାଗ ଓ ଛାତ୍ର ବିଜୁ ଜନତା ଦଳର ଉପ ସଭାପତି ସଞ୍ଜୟ କୁମାର ପୁରୋହିତ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତି ଙ୍କୁ ସାହାଯ୍ୟ କରିଥିଲେ ।

ଦୁର୍ଭାଗ୍ୟ ବଶତଃ ସେହି ସମୟରେ କଲମପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ସମେତ ନିକଟସ୍ଥ କୌଣସି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ଅନ୍ୟ ରୋଗୀଙ୍କ ସେବାରେ ବ୍ୟସ୍ତ ଥିବା ଖବର ଆସିଥିଲା । ତେଣୁ ଘଟଣା ସ୍ଥଳରେ ଗୁରୁତର ବ୍ୟକ୍ତି ଅଚେତ୍ ଅବସ୍ଥାରେ ଦୀର୍ଘ ସମୟ ଧରି ପଡିରହିଥିଲେ , କିଛି ସମୟ ପରେ କଲମପୁର ଅଗ୍ନିଶମ ବିଭାଗ ଖବର ପାଇ,ଅଗ୍ନିଶମ ବିଭାଗ ର କର୍ମଚାରୀ ଙ୍କ ଦ୍ଵାରା ଗୁରୁତର ବ୍ୟକ୍ତି ଙ୍କୁ କଲମପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା କିନ୍ତୁ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଳାହାଣ୍ଡି ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।
କଲମପୁର ରୁ ରଞ୍ଜନ କୁମାର ସାହୁ ଙ୍କ ରିପୋର୍ଟ

Leave A Reply

Your email address will not be published.