“”ଛଦ୍ମବେଶୀ ନାଗୁଣୀ”””

( ବସୁନ୍ଧରା)

ବେଳେ ବେଳେ ଇଛା ହୁଏ
ରଙ୍ଗୀନ ପ୍ରଜାପତି କୁ ଚୁମିବା ପାଇଁ
କିନ୍ତୁ ହଠାତ୍ ମନେ ପଡିଯାଏ
ଇଏ ଛଦ୍ମବେଶୀ ନାଗୁଣୀ ନୁହେଁ ତ
ଯିଏ ଖାଲି ସ୍ପର୍ଶ ମାତ୍ରେ
ଆଘାତ ହିଁ ଆଘାତ ଦେଇ ଚାଲିଥାଏ
ଛଳନାର ବଗିଚାରେ ସମସ୍ତ ସୁନ୍ଦରୀ
ଗୋଟିଏ ଗୋଟିଏ ବହୁରୂପୀ ନାଗୁଣୀ ହୋଇଥାନ୍ତି
ବାହ୍ୟ ଆବରଣରେ ସୁସଜ୍ଜିତ ରୂପ ଦେଖାଇ
ଅନ୍ତର ମଧ୍ୟରେ ଜହର ପରିପୂର୍ଣ୍ଣ କରିଥାଆନ୍ତି।
ଯାହା ସହିତ ଅନ୍ତରଙ୍ଗ ମୂହୁର୍ତ୍ତ କଟାଇବା ତୋ ଦୂର ର କଥା
ତାଙ୍କୁ ନେଇ ସ୍ଵପ୍ନ ଦେଖିବା
ମଧ୍ୟ ଏକ ଘୃଣ୍ୟ ଅପରାଧ ଅଟେ।
ହେ ବହୁରୂପୀ ନାରୀ ତୁମେ
ଆଜି ଯେଉଁ ସୁନ୍ଦର ଯଉବନ ନେଇ
ଗର୍ବୀତ ମନୋଭାବ ପ୍ରଦର୍ଶନ କରୁଛ
ମନେରଖ ତାହା କ୍ଷୀଣ ସ୍ଥାୟୀ ଅଟେ।

             ପବିତ୍ର ବେହେରା
          ବାହାଲପୁର, ଗଞ୍ଜାମ
            ୭୭୮୮୮୮୬୬୦୨

Leave A Reply

Your email address will not be published.