ରାଜଧାନୀ ଭୁବନେଶ୍ୱରରୁ ୧ କେଜି ୩୧୦ ଗ୍ରାମର ବ୍ରାଉନସୁଗାର ଜବତ।

ଭୁବନେଶ୍ୱର,(ବସୁନ୍ଧରା) : ରାଜଧାନୀ ଭୁବନେଶ୍ୱରରୁ ୧ କେଜି ୩୧୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଖୋର୍ଦ୍ଧା ଜାତୀୟ ରାଜପଥ ନିକଟରୁ ଜବତ କରିଛି ଏସଟିଏଫ୍ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୩୧ ଲକ୍ଷ ଟଙ୍କା ହେବ । ଜବତ ପରେ ଅଭିଯୁକ୍ତ ଏସ.କେ ଅନୱାରକୁ ଗିରଫ କରିଛି ଏସଟିଏଫ୍ । ଗିରଫ ପରେ ଅଭିଯୁକ୍ତ ଅନୱାରକୁ କୋର୍ଟଚାଲାଣ କରାଯାଇଛି ।

Leave A Reply

Your email address will not be published.