ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପରିସ୍ଥତି ପ୍ରତିବାଦରେ କଟକ ଜିଲ୍ଲା ଓ ନଗର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଡିଜି ଅଫିସ ଘେରାଉ ।
ଭୁବନେଶ୍ବର, (ବସୁନ୍ଧରା):ରାଜ୍ୟ ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପରିସ୍ଥତି ପ୍ରତିବାଦରେ କଟକ ଜିଲ୍ଲା ଓ ନଗର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ପ୍ରତିବାଦ ସଭା କାର୍ଯ୍ୟକ୍ରମ ରେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା, ଉପସଭାପତି ମହମ୍ମଦ ଅଲ୍ଲୀମ୍,କଟକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆର୍ଯ୍ୟବୀର୍ ଲେଙ୍କା, କଟକ ନଗର ଯୁବ କଂଗ୍ରେସ ସଭାପତି ବିକି ଚକ୍ରବର୍ତ୍ତୀ ଙ୍କ ସମେତ ହଜାର ହଜାର ଯୁବ କଂଗ୍ରେସ କର୍ମୀମାନେ ସାମିଲ୍ ଓ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଓଡିଶା ପୁଲିସ ଡିଜି ଅଫିସ ଘେରାଉ | ତା ପରେ ଏକ ସ୍ଵତନ୍ତ୍ର ପ୍ରତିନିଧି ଦଳ ଓଡିଶା ପୁଲିସ ଡିଜି ଙ୍କୁ ଭେଟି ଦାବିପତ୍ର ପ୍ରଦାନ |

