ଭୁବନେଶ୍ୱର,(ବସୁନ୍ଧରା):ରାଜ୍ୟର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବା ଲାଗି ଏସଆଇଟି ମୁଖ୍ୟ
ଅରୁଣ ବ୍ରୋଥା ତଦନ୍ତକୁ ଦିଗହରା କରିଥିଲେ । ତଦନ୍ତର ନିରପେକ୍ଷତାକୁ ନେଇ ସାଧାରଣରେ ସନେ୍ଦହ ସୃଷ୍ଟି ହେଉଥିଲା । ଆଜି ସରୋଜ ସେଠୀଙ୍କୁ ମାନ୍ୟବର ପୋକସୋ କୋର୍ଟ ନାବାଳକ ବୋଲି କହିଛନ୍ତି । ମାନ୍ୟବର କୋର୍ଟଙ୍କ ଶୁଣାଣୀ ପରେ ଅରୁଣ ବ୍ରୋଥା ମିଛୁଆ ବୋଲି ପ୍ରମାଣିତ ହୋଇଛନ୍ତି । ଏସଆଇଟିର ମୁଖ୍ୟ ଭାବେ ଅରୁଣ ବ୍ରୋଥା ନ୍ୟାୟିକ ପ୍ରକ୍ରିୟାକୁ ପ୍ରତାରଣା କରି ମିଥ୍ୟା ତଥ୍ୟ ସବୁ ଦେଇଥିବାରୁ ରାଜ୍ୟ ସରକାର ତୁରନ୍ତ ଅରୁଣ ବ୍ରୋଥାଙ୍କୁ ଏସଆଇଟି ମୁଖ୍ୟ ପଦବୀରୁ ବହିଷ୍କାର କରନ୍ତୁ ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦାବି କରିଛନ୍ତି । ଅରୁଣ ବ୍ରୋଥା ପ୍ରଥମ ଦିନରୁ ତଦନ୍ତକୁ ବାଟମଣା କରିବା ପାଇଁ ଯେଉଁ ସ୍କ୍ରିପ୍ଟ ଲେଖିଥିଲେ ତାହା ଆଜି ମାନ୍ୟବର କୋର୍ଟ ପ୍ରମାଣିତ କରିଛନ୍ତି । ପରୀ ସମେତ ରାଜ୍ୟର ଗତ ୨ ବର୍ଷରେ ନିଖୋଜ ହୋଇଥିବା ୫୫୦୩ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟସରକାର ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ଓ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.