ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା

କଟକ, ମାହାଙ୍ଗା(ବସୁନ୍ଧରା):ମାହାଙ୍ଗରେ ବିଜେପି ନେତାଙ୍କୁ ହତ୍ୟା । ମାହାଙ୍ଗା ଥାନା ନୃତ୍ତାଙ୍ଗ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବରିଷ୍ଠ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା କରାଯାଇଛି।

ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଲେପୁର ମଣ୍ଡଳ ପ୍ରଭାରୀ କୁଳମଣି ବରାଳ ତାଙ୍କ ସହଯୋଗୀଙ୍କ ସହ ବାଇକ ଯୋଗେ ତାଙ୍କ ଘର ନୃତଙ୍ଗକୁ ଫେରୁଥିବା ବେଳେ ଜଂକୋଟି ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ମାରାଣାତ୍ମକ ଆକ୍ରମଣ କରିଥିଲେ । ଆକ୍ରମଣରେ କୁଳମଣି ବରାଳଙ୍କ ମୃତ୍ୟୁ ଘଟିବାବେଳେ ତାଙ୍କ ସହ ଥିବା ସହଯୋଗୀ ଦିବ୍ୟସିଂହ ବରାଳ ଗୁରୁତର ହୋଇ କଟକ ବଡ଼ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି । କୁଳମଣିଙ୍କ ମୃତ ଶରୀର ମାହାଙ୍ଗା ମେଡିକାଲରେ ପଡ଼ି ରହିଛି । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଏନେଇ ମାହାଙ୍ଗା ମେଡିକାଲ ରେ ଉତ୍ତେଜନା ଲାଗିରହିଛି । ମେଡିକାଲରେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା , ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ , କଟକ ଜିଲ୍ଲା ବିଜେପି ସଭାନେତ୍ରୀ ଯାଜ୍ଞଶିନୀ ଜେନା ପ୍ରମୁଖ ପହଞ୍ଚି ପୁଲିସ ଅଧିକାରଙ୍କ ସହ ଆଲୋଚନା କରିଛନ୍ତି। ତୁରନ୍ତ ଦୋଷୀ ମାନକୁ ଗିରଫ କରିବାକୁ ଦାବି କରିଛନ୍ତି। ବିଜେଡି କର୍ମୀମାନେ ସ୍ଥାନୀୟ ବିଧାୟକଙ୍କ ପ୍ରରୋଚନାରେ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ବିଜେପି ଜିଲ୍ଲା ସଭାପତି ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.