କଟକ,(ବସୁନ୍ଧରା): ନୂଆବର୍ଷରେ ବିଜେଡିକୁ ଶକ୍ତ ଝଟକା । ବର୍ଷ ଆରମ୍ଭରୁ ଦଳଛାଡିଲେ ଶତାଧିକ ବିଜେଡି କର୍ମୀ ।କଟକ ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀରୁ ଶତାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରାଙ୍କ ବାସଭବନ ରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ସାଲେପୁର ବ୍ଲକ ଅଧଖ୍ୟା ମମତା ରାଉତ, ରାଇସୁଙ୍ଗୁଡ଼ା ମଣ୍ଡଳ ବିଜେପି ସଭାପତି ନାୟନାଭିରାମ ବିଭୁତିଭୂଷଣ ଭାନୁପ୍ରକାଶ,ନରଦା ଗ୍ରାମପଞ୍ଚାୟତ ବିଜେପି ସଭାପତି ଗୌରହରି ସୁବୁଦ୍ଧି, ଚୈତନ ରାଉତ,ଅଲେଖ ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।
ଶ୍ରୀ ବେହେରା ସେମାନଙ୍କୁ ଉତ୍ତରୀୟ ପୁଷ୍ପ ମାଲ୍ୟା ଦେଇ ଦଳକୁ ସ୍ବାଗତ କରିଥିଲେ।
ଉଲେଖଯୋଗ୍ୟ, ନରଦା ଗ୍ରାମପଞ୍ଚାୟତ ସମିତି ସଭ୍ୟ ହେଉଛନ୍ତି ବର୍ତମାନ ର ସାଲେପୁର ବ୍ଲକର ଉପାଧ ରମେଶ ଚନ୍ଦ୍ର ଜେନା । ଆଉ ଏହି ପଂଚାୟତ ରୁ ଏତେ ସଂଖ୍ୟକ ବିଜେଡି କର୍ମୀ ଦଳ ତ୍ୟାଗ କରି ବିଜେପି ରେ ସାମିଲ ହେବା ବିଜେଡି ଦୁର୍ବଳ ସାଂଘଠନିକ ସ୍ଥିତି କୁ ସୁଚାଉଛି ।