ଭୁବନେଶ୍ୱର,() ୨୦୧୯-୨୦ ଆର୍ଥୀକ ବର୍ଷ ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଓ ଜିଏସଟି ଦାଖଲ କରିବା ନେଇ ସମୟସୀମା ବୃଦ୍ଧି କରାଯାଇଛି । ଇନକମ ଟ୍ୟାକ୍ସ ରିଟର୍ଣ୍ଣ ପାଇଁ ୧୦ ଜାନୁଆରୀ ଏବଂ ଜିଏସଟି ଦାଖଲ ପାଇଁ ୨୮ ଫେବୃଆରୀ ୨୦୨୧ ତାରିଖ
ଯାଏଁ ବୃଦ୍ଧି କରାଯାଇଛି । କୋଭିଡ ମହାମାରୀ ଓ ବିଭିନ୍ନ ଛୁଟି ଥିବାରୁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଓ ଜିଏସଟି ଦାଖଲ କରିବା ନେଇ ସମୟସୀମା ବୃଦ୍ଧି କରିବା ପାଇଁ ରାଜ୍ୟ ବିଜେପି ଲିଗାଲ ସେଲ୍ ଅଧ୍ୟକ୍ଷ ରବି ଶଙ୍କର ପଟ୍ଟନାୟକ କେନ୍ଦ୍ର ଅର୍ଥମବୀ ନିର୍ମଳା ସୀତାରମଣଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ । ଏହି ଅନୁରୋଧକୁ ରଖି ସମୟ ସୀମା ବୃଦ୍ଧି କରାଯାଇଥିବାରୁ କେନ୍ଦ୍ର ଅର୍ଥମବୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ବିଜେପି ଲିଗାଲ ସେଲ୍ ଅଧ୍ୟକ୍ଷ ଶ୍ରୀ ରବି ଶଙ୍କର ପଟ୍ଟନାୟକ ।ଆୟକର ରିଟର୍ଣ୍ଣ ଦାଖଲ ନିମନ୍ତେ ଯେଉଁ କରଦାତା ମାନଙ୍କର ଆକାଉଂଟ ଅଡିଟର ଆବଶ୍ୟକତା ନାହିଁ କିଙ୍କା ଯେଉଁମାନେ ନିଜର ରିଟର୍ଣ୍ଣ ଆଇଟିଆର-୧ ଏବଂ ଆଇଟିଆର-୪ ରେ ଭରୁଛନ୍ତି ସେମାନଙ୍କୁ ଏହି ସମୟସୀମା ଜାନୁଆରୀ ୧୦ଯାଏଁ ରିହାତି ମିଳିଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥମନ୍ତ୍ରୀ ତୃତୀୟ ଥର ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ସମୟସୀମାକୁ ବୃଦ୍ଧି କରିବା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି
ଶ୍ରୀ ପଟ୍ଟନାୟକ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post