ଜେଏସପିଏଲକୁ ଭାରତୀୟ ରେଳବାଇର “ନିୟମିତ ଯୋଗାଣକାରୀ” ମାନ୍ୟତା

ନୂଆଦିଲ୍ଲୀ () ଭାରତୀୟ ରେଳବାଇକୁ ୬୦ କେଜି ୮୮୦ ଗ୍ରେଡ୍ (୯୦ ୟୁଟିଏସ) ରେଲ୍ ଯୋଗାଇବା ପାଇଁ ଭାରତର ପ୍ରଥମ ଘରୋଇ କମ୍ପାନୀ ଭାବରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲି (ଜେଏସପିଏଲ) “ନିୟମିତ ଯୋଗାଣକାରୀ” ମାନ୍ୟତା ହାସଲ କରିଛି । ଏହି ମାନ୍ୟତା ଯୋଗୁଁ, ଭାରତୀୟ ରେଳବାଇ, ଏହାର ସହାୟକ କମ୍ପାନୀ ଏବଂ ଟ୍ରାକ୍ ବିଛାଇବା କଣ୍ଟ୍ରାକ୍ଟରମାନେ ଜେଏସପିଏଲ ଦ୍ୱାରା ନିର୍ମାଣ କରାଯାଉଥିବା ୬୦ କେଜି ୮୮୦ ଗ୍ରେଡ୍ (୯୦ ୟୁଟିଏସ) ରେଲ୍ ସେମାନଙ୍କର ଚାଲୁଥିବା ଏବଂ ଆଗାମୀ ପ୍ରକଳ୍ପଗୁଡିକ ପାଇଁ ବ୍ୟବହାର କରିପାରିବେ ।

ଏହାପୂର୍ବରୁ, ରେଳ ମନ୍ତ୍ରଣାଳୟର ଅଧୀନରେ କାର୍ୟ୍ୟ କରୁଥିବା ରିସର୍ଚ୍ଚ ଡିଜାଇନ ଏଣ୍ଡ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ (ଆରଡିଏସଓ) ଜେଏସପିଏଲ ଦ୍ୱାରା ଏହାର ରାଇଗଡ଼ କାରଖାନାରେ ନିର୍ମିତ ୟୁଆଇସି ୬୦ କିଲୋଗ୍ରାମ, ୮୮୦ ଗ୍ରେଡ୍ ପ୍ରାଇମ୍ (କ୍ଲାସ୍- ଏ) ରେଲ୍ ର କ୍ଷେତ୍ର କାର୍ୟ୍ୟଦକ୍ଷତାକୁ ଅନୁମୋଦନ କରିଥିଲା ।

ରେଳବାଇ ବୋର୍ଡ ଆରଡିଏସଓ ର କ୍ଷେତ୍ର କାର୍ୟ୍ୟଦକ୍ଷତା ପରୀକ୍ଷା ରିପୋର୍ଟକୁ ଗ୍ରହଣ କରିବା ସହିତ ୟୁଆଇସି ୬୦ କିଲୋଗ୍ରାମ, ୮୮୦ ଗ୍ରେଡ୍ ପ୍ରାଇମ୍ (କ୍ଲାସ୍- ଏ) ରେଳଗୁଡିକ ଭାରତୀୟ ରେଳବାଇରେ ବ୍ୟବହାର ପାଇଁ ଉପଯୁକ୍ତ ବୋଲି ବିବେଚନା କରିଛି । ଏହାଦ୍ୱାରା ଭାରତୀୟ ରେଳ ଗୁଣବତ୍ତା ଆବଶ୍ୟକତା ପୂରଣ କରିବାରେ ଜେଏସପିଏଲ ସକ୍ଷମ ବୋଲି ବିବେଚିତ ହୋଇଛି ।

କୋଲକାତା ମେଟ୍ରୋ ରେଳ ଟ୍ରାକ୍ ନିର୍ମାଣ ପାଇଁ ଜେଏସପିଏଲ ରେଳ ବିକାଶ ନିଗମ ଲିମିଟେଡ୍ କୁ ୧୦୮୦ ଗ୍ରେଡ୍ ହେଡ୍ ହାର୍ଡେନ୍ ରେଲ୍ ଯୋଗାଉଛି । ଜେଏସପିଏଲ ମଧ୍ୟ ୨ ଲକ୍ଷ ଟନ୍ରୁ ଅଧିକ ରେଳ ରପ୍ତାନି କରିଛି । ଏହାପୂର୍ବରୁ ଆରଡିଏସଓ ଜେଏସପିଏଲ ଦ୍ୱାରା ଉତ୍ପାଦିତ ୧୦୮୦ ଗ୍ରେଡ୍ ହେଡ୍ ହାର୍ଡେନ୍ ରେଲ୍କୁ ଅନୁମୋଦନ କରିଥିଲା । ୧୦୮୦ ହେଡ୍ ହାର୍ଡଡେଡ୍ ଗ୍ରେଡ୍ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଏଜେନ୍ସି ଦ୍ୱାରା ମଧ୍ୟ ଅନୁମୋଦିତ । ପୁଣେ ମେଟ୍ରୋକୁ ହେଡ୍ ହାର୍ଡେଡ୍ ରେଲ୍ ଯୋଗାଇବା ପାଇଁ ଜେଏସପିଏଲ ଏକ ଅର୍ଡର ମଧ୍ୟ ପାଇଛି । ସ୍ୱତନ୍ତ୍ର ମାଲ ପରିବହନ କରିଡର ଏବଂ ହାଇ ସ୍ପିଡ୍ ଟ୍ରେନ୍ ପ୍ରୋଜେକ୍ଟରେ ଜେଏସପିଏଲ ଦ୍ୱାରା ଉତ୍ପାଦିତ ରେଲ୍ ବ୍ୟବହାର କରାଯାଇଛି । ଖୁବ୍ ଶୀଘ୍ର, ଭାରତୀୟ ରେଳବାଇ ଦ୍ୱାରା ଧାରଣା କରାଯାଇଥିବା ହେଭିୱେଟ୍ ଟ୍ରାଫିକ୍ ରେଳ ଟ୍ରାକ୍ ପାଇଁ ଗ୍ରେଡ୍ ୧୧୭୫ ଏଚଟି ରେଳ ଯୋଗାଇବାକୁ ଜେଏସପିଏଲ ଯୋଜନା କରୁଛି ।

“ଆମେ ଖୁସି ଯେ ଭାରତୀୟ ରେଳବାଇ ଜେଏସପିଏଲକୁ ୬୦ କେଜି ୮୮୦ ଗ୍ରେଡ୍ (୯୦ ୟୁଟିଏସ) ରେଲ୍ ର ନିୟମିତ ଯୋଗାଣ ପାଇଁ ମାନ୍ୟତା ପ୍ରଦାନ କରିଛି । ଏହା ଏକ ଆତ୍ମନିର୍ଭର ଭାରତ ନିର୍ମାଣ କ୍ଷେତ୍ରରେ ଏକ ବଡ଼ ଧରଣର ପଦକ୍ଷେପ ହେବା ସହିତ ଆମର ରେଳ ବ୍ୟବସାୟ ପାଇଁ ଏକ ସଫଳତା । ଜେଏସପିଏଲର ୟୁଆଇସି ୬୦ କିଲୋଗ୍ରାମ, ୮୮୦ ଗ୍ରେଡ୍ ପ୍ରାଇମ୍ (କ୍ଲାସ୍- ଏ) ରେଳଗୁଡିକର କ୍ଷେତ୍ର କାର୍ୟ୍ୟଦକ୍ଷତା ଅନୁମୋଦନ ପାଇଁ ଆମେ ଆରଡିଏସଓ ଏବଂ ରେଳ ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଉଛୁ ବୋଲି” ଜେଏସପିଏଲର ପରିଚାଳନା ନିର୍ଦେଶକ ଶ୍ରୀ ଭି ଆର ଶର୍ମା କହିଛନ୍ତି ।

Leave A Reply

Your email address will not be published.