ଅନୁଗୁଳ(ବସୁନ୍ଧରା) ଅନୁଗୁଳ ଗ୍ରାମ୍ୟ ଜଳଯୋଗାଣ ବିଭାଗର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସର ରେଡ଼ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଅନୁଗୁଳ ଓ କଟକ ଭିଜିଲାନ୍ସ ଟିମର ଏକକାଳୀନ ଚଢ଼ାଉ। ଅନୁଗୁଳ ଗ୍ରାମ୍ୟ ଜଳଯୋଗାଣ ବିଭାଗର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ଼ ହେଉଛି।
ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ RWSSର ବରିଷ୍ଠ କିରାଣୀ ରୋହିତେଶ୍ୱ ବାଗଙ୍କ ଘର, ଅଫିସ ଏବଂ ସରକାରୀ କ୍ୱାଟର ସମେତ ୭ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।
ବର୍ତ୍ତମାନ ସୁଦ୍ଧା କିଛି ସମ୍ପତି ଜବତ କରାଯାଇଥିବା ବେଳେ କିଛି ରେକର୍ଡ ଯାଂଞ୍ଚ ଚାଲିଛି। ତାଙ୍କର ପୈତୃକ ଘର ଆଠମଲ୍ଲିକରେ ମଧ୍ୟ ରେଡ଼ ଚାଲିଛି। ଅନୁଗୁଳ ଏବଂ କଟକ ଭିଜିଲାନ୍ସ ଟିମ ଏକ କାଳୀନ ଚଢ଼ାଉ କରିଛନ୍ତି।
ଅନୁଗୁଳରୁ ସଞ୍ଜୟ ଦାସଙ୍କ ରିପୋର୍ଟ