ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ଅରୁଣ ବୋଥ୍ରା

ଭୁବନେଶ୍ୱର(ବସୁନ୍ଧରା) ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ଅରୁଣ ବୋଥ୍ରା । ୧୯୯୬ ମସିହାର ୩ ଜଣ ଆଇପିଏସ୍ ଅଧିକାରୀଙ୍କ ଏଡିଜି ପାହ୍ୟା ପଦୋନ୍ନତି କରାଯାଇଛି। ନୟାଗଡ଼ ପରୀ ହତ୍ୟା ଘଟଣାର ତଦନ୍ତ ଭାର ସମ୍ଭାଳିଥିଲେ ବୋଥ୍ରା। ପରୀ ହତ୍ୟାକାରୀକୁ ଗିରଫ କରିବା ପରେ ଅରୁଣ ବୋଥ୍ରାଙ୍କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

ପରୀ ହତ୍ୟାକାଣ୍ଡ ଘଟଣାରେ ଯେତେବେଳେ ସାରା ରାଜ୍ୟରେ ତମ୍ବିତୋଫାନ ଲାଗିରହିଥିଲା ସେତେବେଳେ ଏହି ଘଟଣାର ତଦନ୍ତ ପାଇଁ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଗଠନ ହୋଇଥିଲା ଏସଆଇଟି ଟିମ୍ । ଆଉ ଏହି ସ୍ୱତନ୍ତ୍ର ତଦନ୍ତକାରୀ ଦଳର ମୁଖ୍ୟ ଭାବେ ଅରୁଣ ବୋଥ୍ରାଙ୍କୁ ମିଳିଥିଲା ଦାୟିତ୍ୱ । ବହୁଚର୍ଚ୍ଚିତ ସାରଥୀ ମାମଲା ଓ ସୁର ବାବା ମାମଲାର ତଦନ୍ତ ମଧ୍ୟ କରିଥିଲେ ଅରୁଣ ବୋଥ୍ରା । ଜଟିଳ ମାମଲାର ସରଳ ସମାଧାନ କରିବାରେ ତାଙ୍କର ବେଶ ଦକ୍ଷତା ଥିବା କୁହାଯାଏ । ପରୀ ମୃତ୍ୟୁ ମାମଲାର ତଦନ୍ତ ଏବେ ତାଙ୍କର ଉପରେ ରହିଛି । ୫ ଜଣିଆ ଏସଆଇଟିର ମୁଖ୍ୟ ରହିଛନ୍ତି ଏହି ଆଇପିଏସ ଅଧିକାରୀ ।

ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ମାମଲା ଏପରି ଜଟିଳ ଥିଲା ଯେ ଓଡ଼ିଶା ପୁଲିସର ମୁଣ୍ଡ ଘୁରି ଯାଇଥିଲା । ମାମଲାର ସମାଧାନ ପାଇଁ ଅରୁଣ ବୋଥ୍ରାଙ୍କୁ ଦିଆଯାଇଥିଲା ଦାୟିତ୍ୱ । ଆଉ ଛୋଟିଆ ଖିଅକୁ ଧରି ଅପରାଧୀ ନିକଟରେ ପହଁଚି ଯାଇଥିଲେ ଏହି ଧୁରନ୍ଧର ଆଇପିଏସ ଅଧିକାରୀ ।

Leave A Reply

Your email address will not be published.