ପ୍ରତିଶ୍ରୁତି ରଖିଲେ ସମ୍ବିତ ପାତ୍ର

କଟକ(ବସୁନ୍ଧରା) ଶୁଶିଲ ପାଣି : ପ୍ରତିଶ୍ରୁତି ରଖିଲେ ଜାତୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର । ପୁରୀ ଲୋକସଭା ଅନ୍ତର୍ଗତ ଗୋପ ବ୍ଲକ ଅଧୀନ ଛଇତନା ଗାଁର ଅସୁସ୍ଥ ଥିବା ଶିକ୍ଷକ ରାଜୀବ ପ୍ରଧାନଙ୍କୁ କଟକ ବଡ ମେଡିକାଲରେ ଭେଟି ତାଙ୍କ ସ୍ୱାସ୍ଥ୍ୟ ସମ୍ବଦ୍ଧରେ ପଚାରି ବୁଝିିଲେ ଡ.ସମ୍ବିତ ପାତ୍ର । ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷାପ୍ରଦାନ କରୁଥିବା ରାଜୀବ ପ୍ରଧାନଙ୍କ କିଡିନି ସମସ୍ୟା ଥିବାରୁ ସେ ଏବେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୁରୀର ଛଇତନା ଗାଁର ୩୮ ବର୍ଷିୟ ରାଜୀବ ପ୍ରଧାନ ଅସୁସ୍ଥ ଥିବା ଖବର ଡ. ପାତ୍ରଙ୍କୁ ପୁରୀର ଯୁବ ସ୍ୱାଭିମାନ ମଂଚର ସମ୍ପାଦକ ହରପ୍ରସାଦ ଦଳାଇ ଅବଗତ କରାଇଥିଲେ । ଅବଗତ ହେବା ପରେ ଡ. ପାତ୍ର ପୁରୀ ଗଲେ ନିଶ୍ଚୟ ରାଜୀବଙ୍କୁ ଦେଖା କରିବାକୁ ଯିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତିକୁ ରକ୍ଷା କରି ଡ. ପାତ୍ର କଟକ ବଡ ମେଡିକାଲ ଯାଇ ରାଜୀବ ପ୍ରଧାନଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟ ଖବର ବୁଝିବା ସହ ଚିକିତ୍ସା ନିମନ୍ତେ ଯଥାସମ୍ବବ ସାହାର୍ଯ୍ୟ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.