ଭୁବନେଶ୍ବର() ଏବେ ସ୍ଥିର ରହିଛି ନରସିଂହ ମିଶ୍ରଙ୍କ ସ୍ବାସ୍ଥ୍ୟବସ୍ଥା । କଥା କହୁଛନ୍ତି। କୌଣସି ବିପଦ ନଥିବାବେଳେ, ତଥାପି ତାଙ୍କୁ ଅନୁଧ୍ୟାନ କରିବାକୁ କହିଛନ୍ତି ଡାକ୍ତର । ତେବେ କାହିଁକି ସେ ଦୁର୍ବଳ ହୋଇପଡିଲେ, ସେଥିପାଇଁ ତାଙ୍କୁ ହସ୍ପିଟାଲରେ ରଖାଯାଇଛି। ତାଙ୍କର ସମସ୍ତ ପ୍ରକାର ପରୀକ୍ଷା କରାଯାଉଛି। ଏନେଇ ଡାକ୍ତର ପ୍ରଶାନ୍ତ କୁମାର ସାହୁଙ୍କ ସୂଚନା ଦେଇଛନ୍ତି।
ସୂଚନା ଥାଉକି ଉଈଓ ଅଫିସ ସାମ୍ନାରେ ଆଜି ହଠାତ୍ ପ୍ରଚାର ଗାଡିରେ ଭାଷଣ ଦେବା ସମୟରେ ଅସୁସ୍ଥ ହୋଇପଡିଥିଲେ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏକ କାର୍ୟ୍ୟକ୍ରମରେ ଭାଷଣ ଦେଇସାରିବା ପରେ ନରସିଂହ ମିଶ୍ର ଅସୁସ୍ଥ ହୋଇପଡ଼ିଥିଲେ । ଭାଷଣ ଦେଇ ସାରିଲା ପରେ ସେ ପ୍ରଥମେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ହଠାତ ଛାତିକୁ ଧରି ତଳେ ବସିପଡ଼ିଥିଲେ । ପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା।