ଫିଟ ଇଣ୍ଡିଆ ତରଫରୁ ସ୍ୱାସ୍ଥ୍ୟ ସଚେତନ ସାଇକଲ ରାଲି ଅନୁଷ୍ଠିତ

କଲମପୁର(ବସୁନ୍ଧରା) ରଞ୍ଜନ କୁମାର ସାହୁ: ନେହେରୁ ଯୁବ କେନ୍ଦ୍ର,କଳାହାଣ୍ଡି ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ତରଫରୁ କଳାହାଣ୍ଡି ଜିଲ୍ଲା ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ କଲମପୁର ବ୍ଲକ ବାବୁକେନ୍ଦୁଗୁଡା ୟଙ୍ଗ ଷ୍ଟାର୍ କ୍ଳବ୍ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନ ର ବାର୍ତ୍ତା ନେଇ ନିଜ ଗାଁ ରେ ଏକ ସାଇକଲ ରାଲି ଆୟୋଜିତ ହେଇଥିଲା । ଶରୀର ସଦା – ସର୍ବଦା ସୁସ୍ଥ ରହିବା ପାଇଁ ପ୍ରତିଦିନ ବ୍ୟାୟାମ ଓ ଯୋଗ ର ଆବଶ୍ୟକତା ରହିଛି ଏଣୁ ସମସ୍ତେ ନିଜ ଶରୀର ସୁସ୍ଥତା ପାଇଁ ନିୟମିତ ବ୍ୟାୟାମ ଓ ଯୋଗ କରିବା ଦରକାର,ଏହି ସବୁ ବାର୍ତ୍ତା କୁ ଲୋକଙ୍କ ପାଖରେ ସାଇକଲ ରାଳି ମାଧ୍ୟମରେ ପହଞ୍ଚି ବୁଝାଇଥିଲେ ୟଙ୍ଗ ଷ୍ଟାର୍ କ୍ଳବ୍ ର ସଦସ୍ୟ ।

ଏହି ରାଲି କାର୍ୟ୍ୟକ୍ରମ ରେ ପ୍ରସନ୍ନ ମେହେର ଜିଲ୍ଲା ଯୁବ ଅଧିକାରୀ ଓ ଦୁତିଆ ବନଛୋର ଲେଖା ଓ କାର୍ୟ୍ୟକ୍ରମ ନିରୀକ୍ଷକ,ସହଯୋଗୀ ଧରିତ୍ରୀ ନାଏକ ଓ ହିମାନୀ ନାଏକଙ୍କ ତତ୍ତ୍ୱାବଧାନରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୟଙ୍ଗ ଷ୍ଟାର୍ କ୍ଳବ୍ ର ସଭାପତି ନବକିଶୋର ନଗ, ଓ ପ୍ରଦୀପ କୁମାର,ତରୁଣ ନାଏକ,ବିଶ୍ବରଂଜନ ନାଏକ, ଟୁକୁରାଜ ନାଏକ ତଥା କ୍ଳବ୍ ର ସମସ୍ତ ସଭ୍ୟ ରାଲିରେ ଯୋଗଦେଇ ରାଲି ସଫଲରେ କରିଥିଲେ ।

Leave A Reply

Your email address will not be published.