କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ଯୋଜନା କହି ଲୋକଙ୍କୁ ଭୁଆଁ ବୁଲଉଛି ବିଜେଡି

କଟକ(ବସୁନ୍ଧରା) ସନ୍ତୋଷ ସାହୁ: ରାଜ୍ୟବାସୀଙ୍କୁ ଭୁଆ ବୁଲାଉଛି ବିଜେଡି । କେନ୍ଦ୍ର ଯୋଜନାକୁ ରାଜ୍ୟ ଯୋଜନା କହି ଲୋକଙ୍କୁ ଭୁଆଁ ଭୁଲାଉଛି ବିଜେଡି । ଏଭଳି ଅଭିଯୋଗ କରିଛନ୍ତି କଟକ ଜିଲ୍ଲା ମାହାଙ୍ଗା ବ୍ଲକର ବିଜେପି ନେତା ଓ କର୍ମୀମାନେ । ଏହାକୁ ପ୍ରତିବାଦ କରି ମାହାଙ୍ଗା ବ୍ଲକ ସାମ୍ନାରେ ବିକ୍ଷୋଭ ମଧ୍ୟ ପ୍ରର୍ଦଶନ କରିଛନ୍ତି ବିଜେପି ନେତା ଓ କର୍ମୀ ।
ସୂଚନା ଅନୁସାରେ , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କ ଘରେ ବିଜେଡି ସରକାର ବିଜୁ ପକାଘର କହି ଷ୍ଟିକର ଲଗାଇବା ସହ ଏହି ଷ୍ଟିକରରେ ଅତି ଚତୁରାମି ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ -ପ୍ର. ଆ.ଯୋ ଲେଖିବା ସହ ଏହାକୁ ଛୋଟ ଛୋଟ ଅକ୍ଷର ଦ୍ୱାରା ଲେଖାଯାଇଥିଲା । ଯାହାକୁ କହି ପାରିବା ବ୍ରହ୍ମକୁ ଆଖିଠାର ସଦୃଶ ।

ଏହି ଷ୍ଟିକରକୁ ଦେଖିଲେ ଲାଗୁଛି ବିଜେଡି ଲୋକଙ୍କୁ ଭ୍ରମିତ କରିବା ପାଇଁ ଏଭଳି କରିଛି । କାରଣ ଯେଉଁ ସ୍ଥାନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖାଯାଇଛି ତାଠାରୁ ଅଧିକ ବଡ ,ସମ୍ପୁର୍ଣ୍ଣ ଏବଂ ସ୍ପଷ୍ଟ ଭାବେ ବିଜୁ ପକ୍କା ଘର ଲେଖାହୋଇଛି । ଯାହାକୁ ନେଇ ବିଜେପି ପ୍ରତିବାଦ କରି ବ୍ଲକ ଅଫିସ ଆଗରେ ମୁଖ୍ୟମନ୍ତ୍ରୀ ବିଡ଼ିଓଙ୍କୁ ଦେଇଥିବା ଚିଠିକୁ ଚିରି ଦେଇଥିଲେ ।

ଏହି ବିକ୍ଷୋଭରେ ବିଜେପିର ଶତାଧିକ କର୍ମୀ ଓ ନେତା ମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.