ଭାରତୀୟ କ୍ରିକେଟ ଖେଳାଳି ବାଛିବେ ଦେବାଶିଷ ମହାନ୍ତି ।

ଭୁବନେଶ୍ୱର (ବସୁନ୍ଧରା): ଏଣିକି ଭାରତୀୟ କ୍ରିକେଟ ଟିମ ବାଛିବେ ପୂର୍ବତନ ଭାରତୀୟ କ୍ରିକେଟର ଦେବାଶିଷ ମହାନ୍ତି । ଭାରତୀୟ କ୍ରିକେଟ ଦଳର ଜାତୀୟ ଚୟନ କମିଟିରେ ସ୍ଥାନ ପାଇଛନ୍ତି ଦେବାଶିଷ । ଆଜି ବିସିସିଆଇର କ୍ରିକେଟ ଆଡଭାଇଜରି କମିଟି ଦେବାଶିଷଙ୍କ ସମେତ ଚୟନ କମିଟି ପାଇଁ ଅନ୍ୟ ଦୁଇ ଜଣଙ୍କ ନାଁ ମଧ୍ୟ ସୁପାରିଶ କରିଛି । ଚେତନ ଶର୍ମା ଓ ଆବେ କୁରୁଭିଲ୍ଲା ମଧ୍ୟ ଏହି କମିଟିରେ ସ୍ଥାନ ପାଇଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ଚେତନ ଶର୍ମାଙ୍କୁ ଏହି ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରିଛି ବିସିସିଆଇ । ୫ ଜଣିଆ ଚୟନ କମିଟିରେ ଏହା ପୂର୍ବରୁ ସୁନୀଲ ଯୋଶୀ ଓ ହରବିନ୍ଦର ସିଂ ସ୍ଥାନ ପାଇଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିସିସିଆଇ ।

Leave A Reply

Your email address will not be published.