ପୁଲିସର ତଦନ୍ତକୁ ଟ୍ରାକିଂ କରୁଥିଲା ସରୋଜ

ଭୁବନେଶ୍ୱର() ‘ପରୀ’ ହତ୍ୟାକାଣ୍ଡକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସେ କହିଛନ୍ତି, ହତ୍ୟାର ତଦନ୍ତ ନେଇ ଏସଆଇଟି ଗଠନ ପରେ, ହତ୍ୟାକାରୀ ସରୋଜ ତାର ମୋବାଇଲରେ ଏସଆଇଟି ନେଇ ଗୁଗୁଲରେ କରିଥିଲା ସର୍ଚ୍ଚ ଓ ପରେ ସର୍ଚ୍ଚ ହିଷ୍ଟ୍ରିରୁ ଏହାକୁ ଡିଲିଟ୍ କରିଦେଇଥିଲା । ମୁଁ ଯେତିକି ସରୋଜ ବିଷୟରେ ଜାଣିଥିଲି, ତା’ଠାରୁ ବେଶୀ ସେ ମୋ ବିଷୟରେ ଜାଣିଥିଲା। ସେ ମୋ ବିଷୟରେ ଗୁଗୁଲରେ ତଥ୍ୟ ସଂଗ୍ରହ କରିଥିଲା। କେବଳ ସେତିକି ନୁହେଁ ସରୋଜ ପୁଲିସର ତଦନ୍ତକୁ ଟ୍ରାକିଂ କରୁଥିଲା। ଏସଆଇଟି ତଦନ୍ତ ନେଇ ନିୟମିତ ନ୍ୟୁଜ ମଧ୍ୟ ଦେଖୁଥିଲା।

୨୨ ତାରିଖ ବିଳମ୍ବିତ ରାତିରେ ପୋଖରୀରୁ ଲେଗିନ୍ସ ମିଳବା ପରେ ପରୀର ବାକି ହାଡ କୁଆଡେ ଗଲା ପ୍ରଶ୍ନରେ ଆଜି ଅରୁଣ ବୋଥ୍ରା ଉତ୍ତର ଦେଇଛନ୍ତି । ସେ କହିଛନ୍ତି, ପରୀର କୌଣସି ଗୋଟିଏ ବି ହାଡ଼ ଗାଏବ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ ମିଳି ନଥିବା କୁହାଯାଇନି । ବିଶେଷଜ୍ଞ ଡାକ୍ତରମୋନେ ହାଡ ମିଳି ନଥିବା ନେଇ କିଛି କହିନାହାନ୍ତି। ଦେହାବଶେଷ ମିଳିବା ପରେ ଶବ ଚିହ୍ନଟ ପାଇଁ ଡିଏନଏ କରାଯାଇଥିଲା । ଡିଏନଏ ଟେଷ୍ଟ ପାଇଁ ଡାକ୍ତରମାନେ କିଛି ହାଡ ମଧ୍ୟ ପଠାଇଥିଲେ ବୋଲି ଅରୁଣ କହିଛନ୍ତି।

ଅରୁଣ ଆହୁରି କହିଛନ୍ତି ଯେ, ସରୋଜଙ୍କ ପରିବାରର ଲୋକ ମଧ୍ୟରୁ କେହି ନା କେହି ଏହି ଘଟଣା ବିଷୟରେ ନିଶ୍ଚିତ ଜାଣିଛନ୍ତି। ଏନେଇ ତଦନ୍ତ ଜାରି ରହିଛି ।

ପୂର୍ବରୁ ପରୀର ହତ୍ୟା ପରେ ତା ଲେଗିଙ୍ଗସକୁ ସେ ଗାଁ ପୋଖରୀକୁ ଫିଙ୍ଗିଥିଲା । ଯାହାକୁ ଯଦୁପୁର ଗାଁ ପୋଖରୀ ଶୁଖାଇ ଉଦ୍ଧାର କରି ସାରିଛି ଏସଆଇଟି ଟିମ୍ । ତେବେ ପରୀକୁ ହତ୍ୟା ସମୟରେ ପରୀ ନାକରୁ ରକ୍ତ ବାହାରିଥିଲା , ଯାହାକୁ ସେ ଟାୱେଲରେ ପୋଛିଥିଲା । ତାହାକୁ ମଧ୍ୟ ଉଦ୍ଧାର କରି ସାରିଥିଲା ଏସଆଇଟି ଟିମ୍ । ଏହାକୁ ଅଧିକ ତଦନ୍ତ ପାଇଁ ପଠା ଯାଇଛି । ଆଉ ଏହାରି ଭିତରେ ସରୋଜ ଆଜି ଏସଆଇଟି ଟିମକୁ ଡେମୋ ଦେଖାଇଛି ।

Leave A Reply

Your email address will not be published.