୧୩ ଜିଲ୍ଲାରେ ନୂଆ ଏସପି

ଭୁବନେଶ୍ୱର() ରାଜ୍ୟ ସରକାର ଆଇପିଏସସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୧୩ ଜିଲ୍ଲାରେ ସରକାର ନୂଆ ଏସପିଙ୍କୁ ନିଯୁକ୍ତ ଦେଇଥିଲା ବେଳେ ବରିଷ୍ଠ ଅଧିକାରୀ ସ୍ତରରେ ମଧ୍ୟ ଅଦଳବଦଳ କରିଛନ୍ତି । ଏସପି ପ୍ରତୁ୍ୟଷ ଦିବାକରଙ୍କୁ ସରକାର ପୁଲିସ ମୁଖ୍ୟାଳୟ ଏଆଇଜି ଭାବେ ବଦଳି କରିଛନ୍ତି । ପୁରୀ ହାଜତ ମୃତୁ୍ୟ ଘଟଣା ପରେ ପୁଲିସ ମୁଖ୍ୟାଳୟରେ ଥିବା ଅଖିଳେଶ୍ୱର ସିଂହଙ୍କୁ ଏସଓଜି କମାଣ୍ଡାଣ୍ଟ ଭାବେ ନିଯୁକ୍ତି ମିଳିଛି । ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏସପି ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ କୋରାପୁଟ ପୁଲିସ ଡିଆଇଜି (ଇନଚାର୍ଜ) ଭାବେ ଅବସ୍ଥାପିତ କରାଯାଇଛି । ଯାଜପୁର ଜିଲ୍ଲା ଏସପି ଚରଣ ସିଂହ ମାନାଙ୍କୁ ଭଦ୍ରକ ଏସପି ଭାବେ ନିଯୁକ୍ତି ମିଳିଛିି । କେନ୍ଦ୍ରାପଡ଼ା ଏସପି ନୀତିଶେଖରଙ୍କୁ ବଦଳାଇ ସରକାର ଅତିରିକ୍ତ ପରିବହନ କମିସନର ଭାବେ ନିଯୁକ୍ତି ଦେଇଛନ୍ତି । ବଲାଙ୍ଗୀର ଏସପି ମାଡକର ସନ୍ଦୀପ ସମ୍ପଦ କେନ୍ଦ୍ରପଡା ଏସପି ଭାବେ ନିଯୁକ୍ତି ପାଇଛନ୍ତି । କଳାହାଣ୍ଡି ଏସପି ବି.ଗଙ୍ଗାଧର ସମ୍ବଲପୁର ଏସପି ଭାବେ ବଦଳି ହୋଇଛନ୍ତି । ରାଉରକେଲା ଏସପି କେ ଶିବା ସୁବ୍ରମଣୀ ଢେ଼ଙ୍କାନାଳ ବଦଳି ହୋଇଛନ୍ତି । ରାଉରକେଲାର ନୂଆ ଏସପି ଭାବେ କୋରାପୁଟ ଏସପି ମୁକେଶ କୁମାର ଭାମୋ ଦାୟିତ୍ୱ ନେବେ ବୋଲି ସରକାର ନିଦେ୍ର୍ଧଶ ଦେଇଚନ୍ତି । ରାୟଗଡ଼ାର ଏସପି ଶ୍ରବଣ ବିବେକ ଏମଙ୍କର ମଧ୍ୟ ବଦଳି ହୋଇଛି । ସେ ଏଣିକି କଳାହାଣ୍ଡି ଏସପି ଭାବେ ଭାର ସମ୍ଭାଳିବେ । ଝାରସୁଗୁଡ଼ା ଏସପି ରାହୁଲ ପିଆର ଯାଜପୁରର ଏସପି ଭାବେ ଭାର ସମ୍ଭାଳିବେ । ନବରଙ୍ଗପୁର ଏସପି କୁସଲକର ନୀତିନ ଦାଗୁଡୁ ବଲାଙ୍ଗୀରକୁ ଏସପି ଭାବେ ବଦଳି ହୋଇଚନ୍ତି । ପୁଲିସ ମୁଖ୍ୟାଳୟ ଏଆଇଜି ବିବେକାନନ୍ଦ ଶର୍ମା ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ୱ ତୁଲାଇବେ । ଜୟପୁର ଏସଡିପିଓ ବରୁଣ ଗୁଣ୍ଟୁପାଲୀଙ୍କୁ କୋରାପୁଟ ଏସପି ଏବଂ ତାଳଚେର ଏସଡିପିଓ ସିଦ୍ଧାର୍ଥ କଟାରିଆଙ୍କୁ ନୟାଗଡ଼ ଏସପି ଭାବେ ନିଯୁକ୍ତି ମିଳିଛି । ମାଲକାନଗିରି ଏସଡିପିଓ ପ୍ରହଲ୍ଲାଦ ସାହାଣୀ ମାନା ନବରଙ୍ଗପୁର ଏସପି ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ସେହିଭଳି ସରକାର ଉତ୍ତର ପୂର୍ବାଞ୍ଚଳ ରେଞ୍ଜ ନରସିଂହ ଭୋଳଙ୍କୁ ସମ୍ବଲପୁର ଆଇଜିପି ଭାବେ ବଦଳି କରିଛନ୍ତି । ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ସଫିନ ଅହମ୍ମଦ ଟେକନିକାଲ ଡିଆଇଜି ଭାବେ ଏଣିକି ଦାୟିତ୍ୱ ତୁଲାଇବେ । କ୍ରାଇମବ୍ରାଞ୍ଚ ଏସପି ସାର୍ଥକ ଷଡଙ୍ଗୀ ଅନୁଗୁଳ ଡିଆଇଜି (ଇନଚାର୍ଜ) ଭାବେ ବଦଳି ହୋଇଛନ୍ତି ।

Leave A Reply

Your email address will not be published.