ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ।

ଭୁବନେଶ୍ୱର (ବସୁନ୍ଧରା) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁସୂଚିତ
ଜାତି ଛାତ୍ରଛାତ୍ରୀଙ୍କ ପାଇଁ ମାଟି୍ରକ୍ ପରବର୍ତୀ ବୃତି ଯୋଜନାରେ ୬୦ ପ୍ରତିଶତ ଅର୍ଥ ଯୋଗାଇଦେବା ଭଳି ଐତିହାସିକ ନିଷ୍ପତି ନେଇଥିବାରୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ବିଜେପି ଅନୁିସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁ ପ୍ରସାଦ ତରାଇ, ରାଜ୍ୟ ପ୍ରଭାରୀ ଦିଲୀପ ମଲ୍ଲିକ,ବିଧାୟକ ମୁକେଶ ମହାଲିଙ୍ଗ, ସନାତନ ବିଜୁଳି ଓ ନାଉରୀ ନାୟକ, ପୂର୍ବତନ ବିଧାୟକ ଗୋବିନ୍ଦ ଦାସ ଓ ସୁଶାନ୍ତ ମଲ୍ଲିକ ପ୍ରମୁଖ ଧନ୍ୟବାଦ ଜଣାଇଛନ୍ତି । ଏହି ଆର୍ଥିକ ସହାୟତା ଅନୁସୂଚିତ ଜାତି ସମୁଦାୟର ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ କରିବ ଏବଂ ସେମାନଙ୍କ ଲକ୍ଷ୍ୟ ହାସଲ କରିବାରେ ସଶକ୍ତ କରିବ ।
ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ମାଟି୍ରକ୍ ପରବର୍ତ୍ତୀ ବୁର୍ତି ଯୋଜନାରେ ୫୯,୦୪୮ କୋଟି ଟଙ୍କାର ମୋଟ ଅନୁମୋଦନ ରାଶିରୁ
କେନ୍ଦ୍ର ସରକାରଙ୍କ ଦ୍ୱାରା ୩୫,୫୩୪ କୋଟି ଟଙ୍କା ଆଗାମୀ ୫ ବର୍ଷରେ ଖର୍ଚ୍ଚ କରାଯିବ । ଏହା ପଛୁଆ ବର୍ଗର ୪ କୋଟି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ହେଉଥିବା ଅସୁବିଧାକୁ ଦୂର କରିବ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ସହାୟକ ହେବା ସହ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ କରିବ । ସବକା ସାଥ୍, ସବକା ବିକାଶ୍ ଏବଂ ସବକା ବିଶ୍ୱାସର ମବକୁ ମୂଳମବ କରିଥିବା ମୋଦି ସରକାର ଗରିବରୁ ଗରିବ ବ୍ୟକ୍ତିଙ୍କୁ ଅଧିକ ସଶକ୍ତ କରିବା ତଥା ପଛୁଆ ବର୍ଗର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି । ଆତ୍ମନିର୍ଭର ଭାରତର ପ୍ରଗତିରେ ପଛୁଆ ବର୍ଗର ଲୋକଙ୍କୁ ସମାନ ଅଂଶୀଦାର କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ।

Leave A Reply

Your email address will not be published.