ରାଜ୍ୟରେ ଶିଶୁ ନିର୍ଯାତନା ଓ ଶିଶୁ ନିଖୋଜ ପ୍ରତିବାଦରେ ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଗଣ ଧାରଣା ।

ଅନଗୁଳ( ବସୁନ୍ଧରା ):ରାଜ୍ୟରେ ଶିଶୁ ନିର୍ଯାତନା ଓ ଶିଶୁ ନିଖୋଜ ବୃଦ୍ଧି ପାଉଥିବାରୁ ଏହାର ପ୍ରତିବାଦ କରି ଜିଲା କଂଗ୍ରେସ ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଗଣ ଧାରଣା ଦିଆ ଯାଇଛି। ଜିଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏହି ଧାରଣାରେ ବସି ରହିଛନ୍ତି। ସାରା ରାଜ୍ୟରେ ନୟାଗଡ଼ର ପରୀ ଭଳି ଅନେକ ଶିଶୁ ନିର୍ଯାତନାର ଶିକାର ହୋଇଛନ୍ତି। ବହୁ ଶିଶୁଙ୍କୁ ହତ୍ୟା କରା ଯାଇଛି। କେବଳ ସରକାରଙ୍କ ଅପାରଗତା ଏବଂ ପୋଲିସ ନିଷ୍କ୍ରିୟତା ଯୋଗୁ ଏମିତି ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ କଂଗ୍ରେସ ଏହାର ଦୃଢ଼ ପ୍ରତିବାଦ କରି ସାରା ରାଜ୍ୟରେ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ଏଠାରେ ଜିଲ୍ଲା ସଭାପତି ବିପ୍ଳବ ଜେନା ଓ ରାଜ୍ୟ ମହିଳା କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କ ସହ ଅନେକ କଂଗ୍ରେସ କର୍ମୀ ସାମିଲ ଥିଲେ ।

ଅନୁଗୁଳରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

Leave A Reply

Your email address will not be published.