୨୪ ଘଣ୍ଟାରେ ଖସିବ ଆହୁରି ୨ ଡିଗ୍ରୀ

ଭୁବନେଶ୍ୱର() ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ରାଜ୍ୟକୁ ନିରନ୍ତର ଭାବେ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ରାଜ୍ୟର ରାତି ତାପମାତ୍ରା ଏବେ କମିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାରଦ ୫ ଡିଗ୍ରୀ ପର୍ୟ୍ୟନ୍ତ ଖସିସାରିଛି । ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ୨ ଡିଗ୍ରୀ ଖସିବ ଓ ରାଜ୍ୟରେ ଶୀତ ପ୍ରକୋପ ଆରମ୍ଭ ହୋଇଯିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡ଼ିକରେ ତାପମାତ୍ରା କମିଛି । ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ ୫/୨ ଡିଗ୍ରୀ ପର୍ୟ୍ୟନ୍ତ ତଳକୁ ଖସିଥିବା ବେଳେ ଫୁଲବାଣୀଠାରେ ୫ ଡିଗ୍ରୀ, ବାରିପଦାଠାରେ ୪.୭ ଡିଗ୍ରୀ, ଅନୁଗୁଳ ଓ ଟିଟିଲାଗଡ଼ରେ ୪ ଡିଗ୍ରୀ ଲେଖାଏଁ ଖସିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ତାପମାତ୍ରା ୧ ରୁ ୨ ଡିଗ୍ରୀ ପର୍ୟ୍ୟନ୍ତ ତଳକୁ ଖସିବ । ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ରାତି୍ର ତାପମାତ୍ରା ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରର ପର୍ୟ୍ୟନ୍ତ କମ୍ ରହିବ ।

Leave A Reply

Your email address will not be published.